Home ଓଡ଼ିଶା ଅବକାରୀ ଚଢାଉ ୫ ଗିରଫ

ଅବକାରୀ ଚଢାଉ ୫ ଗିରଫ

136

ଖଇରା, ବାଲେଶ୍ବର, ୧୪/୧୧ – (ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)- ବାଲେଶ୍ବର ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୋବାଇଲ ୟୁନିଟ ଆଇଆଇସି ଉଦୟଲାଲ ନାୟକଙ୍କ ପ୍ରତ୍ଯେକ୍ଷ ତତ୍ତ୍ୱାବଧାନରେ ଏବଂ ସୋର ଅବକାରୀ ଅଧିକାରୀ କୁଳମଣି ମହାରଣା ଓ ନୀଳଗିରି ଓଆଇସି ଲକ୍ଷସାଧକ ପ୍ରଧାନଙ୍କ ନେତୃତ୍ୱରେ ଖଇରା ଥାନା ଅନ୍ତର୍ଗତ ଅସ୍ତପାଳ(ପଘାର) ଅଞ୍ଚଳରେ ଚଢାଉକରି ୧୫୦୦ ମହୁଲ ମିଶ୍ରିତ ଗୁଡ ପୋଚ ଓ ୧୦୦ ଲିଟର ଦେଶୀରନ୍ଧା ମଦ ଓ ମଦରନ୍ଧା ସରଞ୍ଜାମ ଜବଦ କରିଛନ୍ତି ଓ ବଟେଶ୍ବର ଗ୍ରାମର ରବିନ୍ଦ୍ର ବେହେରାଙ୍କ ଠାରୁ ୧୦ ଲିଟର ଦେଶିମଦ, କୁପାରୀ ସୁଶାନ୍ତ କୁମାର ଜେନାଙ୍କ ଠାରୁ ୭.୩୮୦ଲିଟର ବିଦେଶୀ ମଦ ଓ ସିମୁଳିଆ ଥାନା ଏନ.ଏଚ-୧୬ ଗୋପାଳ ଢାବା ସାମ୍ନା ବସନ୍ତ ପଣ୍ଡିତଙ୍କ ଠାରୁ ୩.୯୭୫ମିଲି, ବିଦେଶୀ ମଦ ୫.୨୦୦ମିଲି ବିଅର ଓ ଝାଟିଆମାଳର ପ୍ରହ୍ଲାଦ ବାରିକଙ୍କ ଠାରୁ ୬ ଲିଟର ଓ ମାଳତୀ ପ୍ରଧାନଙ୍କ ଠାରୁ ୭ ଲିଟର ଦେଶୀମଦ ଜଵଦ କରି ଅବକାରୀ କେସ ନମ୍ବର ୫୩, ୫୪, ୫୫, ଓ ୫୬/୨୦୧୯-୨୦ ଓ ୨୪/୨୦୧୯-୨୦ରେ ରୁଜୁକରି କୋର୍ଟ ଚାଲାଣ କରିଥିଲେ। ଏହି କର୍ମଚାରୀ ଚନ୍ଦ୍ରମୋହନ ସେଠୀ, ଭାସ୍କର ବେହେରା, ଅଞ୍ଜନ ଜେନା, ଶଶି ସ୍ବାଇଁ, ବିଜୟ ନାଇକ, ଦେବାଶିଷ ନାଇକ, ଉର୍ମିଳା ବେହେରା, ସୁରେନ୍ଦ୍ର ବେହେରା ଓ ବାପି ରାଉତ ପ୍ରମୁଖ ଚଢାଉରେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.