ପାଟଣା ୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଭରାଣ୍ଡିଆ ଗ୍ରାମରେ ଘଟିଛି ଅଘଟଣ ପତ୍ର ନିଆଁରୁ ଶାଢୀରେ ନିଆଁ ଲାଗି ଜଣେ ବୃଦ୍ଧ ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ବୃଦ୍ଧ ହେଲେ କସ୍ତୁରୀ ନାଏକ(୮୦)। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ଥଣ୍ଡା ପ୍ରକୋପରୁ ରକ୍ଷା ପାଇବା ପାଇଁ ଘର ପାଖରେ ପତ୍ରରେ ନିଆଁ ଜାଳି ପୁଇଁ ହେଉଥିଲେ ଅସାବଧାନତା ଯୋଗୁ ପିନ୍ଧା ଲୁଗାରେ ନିଆଁ ଲାଗି ଯାଇଥିଲା ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଅଵସ୍ଥା ଶଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଡ଼ଃ ଶୁଭେନ୍ଦୁ ସାଗର ନାଏକଙ୍କ ସୂଚନା ଅନୁସାରେ ବୃଦ୍ଧଙ୍କ ଦେହ ପାଖାପାଖି ୬୦ ପ୍ରତିଶତ ପୋଡି ଯାଇଛି।