Home କୋରାପୁଟ ନାଳରେ ବୁଡ଼ି ବାଳକର ମୃତ୍ୟୁ

ନାଳରେ ବୁଡ଼ି ବାଳକର ମୃତ୍ୟୁ

153

କୋରାପୁଟ : ୧୪/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବିଲପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖିନମୁଙ୍ଗ ଗ୍ରାମର ରବୀଖିଲଙ୍କ ପୁଅ ସନ୍ଦୀପ ଖିଲ(୯)ନାଳରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ୍ୟୁ ଖବର ଶୁଣିଲା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ଅନୁଯାୟୀ ଜୋଳାପୁଟ ନିକଟସ୍ଥ ଜୁଲା ବ୍ରିଜ ନିକଟରେ ଥିବା ନାଳରେ ରବି ଖିଲଙ୍କ ସ୍ତ୍ରୀ ପୁଅ ଲୁଗାସଫା କରିବା ପାଇଁ ଯାଇଥିଲେ। ମା’ ଲୁଗା ସପା କରୁଥିବାବେଳ ନାଳରେ ଖେଳୁଥିଲା ପୁଅ। ହଠାତ ଗୋଡ଼ ଖସି ଯିବାରୁ ନାଳର ଗଭୀର ପାଣି ବୁଡ଼ି ଯାଇଥିଲେ। ମା’ ଲୁଗା ସଫାରେ ବ୍ୟସ୍ତ ଥିବା ବେଳେ ଏସମ୍ପର୍କରେ କିଛି ଜାଣିନଥିଲେ। ଲୁଗା ସପା ସାରି ଘରକୁ ଯିବାପାଇଁ ସନ୍ଦୀପକୁ ଖୋଜା ଖୋଜି କରି ନିରାଶ ହୋଇପୁଅ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣେଇବା ପରେ ଉକ୍ତ ଜାଗରେ ଯାଇ ଖୋଜା ଖୋଜି କରୁଥିବା ବେଳେ ସନ୍ଧ୍ୟା ୪ଟା ସମୟରେ ନାଳରେ ସନ୍ଦୀପ ମୃତ ଦେହ ଭାସୁଥିବା ଦେଖି ଜୋଳାପୁଟ ପାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ଜୋଳାପୁଟ ପାଣ୍ଡି ଅଧିକାରୀ ମହେଶ୍ୱର କିରିସାନି ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ କରିବା ପାଇଁ ପଠେଇ ଥିଲେ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଜଲାପୁଟପାଣ୍ଡିରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ପାଣ୍ଡି ଅଧିକାରୀ ଶ୍ରୀ କିରିସାନି କହିଛନ୍ତି। ବିଲା ପୁଟ ରାଜସ୍ୱ ନିରକ୍ଷକ ମହେନ୍ଦ୍ର ହାନ୍ତାଳ ତଦନ୍ତ କରି ରିପୋର୍ଟ ନନ୍ଦପୁର ତହସିଲଦାରଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.