Home ଜିଲ୍ଲା ପରିକ୍ରମା ନାବିକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ‘ଆମ ପରମ୍ପରା’ ପକ୍ଷରୁ ଦାବୀ

ନାବିକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ‘ଆମ ପରମ୍ପରା’ ପକ୍ଷରୁ ଦାବୀ

6

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକର ଅଗ୍ରଣୀ ଅନୁଷ୍ଠାନ “ଆମ ପରମ୍ପରା” ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚାନ୍ଦବାଲି ସ୍ଥିତ ନାବିକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ଦବୀ କରାଯାଇଛି । ଚାନ୍ଦବାଲି ସଦର ଉପରେ ନାବିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପିତ ହୋଇଛି । ଏହା ରାଜ୍ୟ ସରକାରଙ୍କର ଏକ ପୁରାତନ କେନ୍ଦ୍ର ଅଟେ । ଏଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପିଲାମାନେ ନାବିକ ପ୍ରଶିକ୍ଷଣ ସମ୍ପର୍କିତ ତାଲିମ ନେଇଥାନ୍ତି । ଅନେକ ଦିନରୁ ଏହାର ଅନେକ ସମସ୍ୟା ଲାଗି ରହିଛି । ଏହାକୁ ସମାଧାନ କରାଯିବା ପାଇଁ ଏହି ସମ୍ମିଳନୀ ଡକା ଯାଇଛି । ଏହି କେନ୍ଦ୍ରର ଡି.ଜି. ସପିଂ, ମେରିଟାଇମ୍ ବୋର୍ଡର କର୍ପୋରେଟ୍ ଅଫିସ୍ ପ୍ରତିଷ୍ଠା, ମେରିଟାଇମ୍ ନ୍ୟୁଜିୟମ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି । ଏହା କରାଗଲେ ଏଠାରେ ଅଧ୍ୟୟନରତ ପିଲା ମାନଙ୍କର ବହୁତ ଉପକାରରେ ଆସିବ ବୋଲି ସମ୍ମିଳନୀରେ କୁହାଯାଇଛି । ଆଜିର ସମ୍ମିଳନୀରେ ରଘୁନାଥ ସାହୁ, ସୁଧିର ମହାନ୍ତି, ତାରାପଦ ମହାନ୍ତି, ଶୁଭେନ୍ଦୁ ସାହୁ ପ୍ରମୁଖ ଏହି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.