Home Top News ନାବାଳିକା ସହ ରେପ କରିଥିବା ଆତ୍ମଘୋଷିତ ବାବା ସୀତାରାମର ଘର ଉପରେ ଚାଲିଲା ବୁଲଡୋଜର

ନାବାଳିକା ସହ ରେପ କରିଥିବା ଆତ୍ମଘୋଷିତ ବାବା ସୀତାରାମର ଘର ଉପରେ ଚାଲିଲା ବୁଲଡୋଜର

80

ରେୱା ୧-୪ (ଓଡ଼ିଆ ପୁଅ) : ଢୋଙ୍ଗିବାବା ବିଷୟରେ ଶୁଣିଥିବେ। ଏ ବାବା କେବଳ ଡୋଙ୍ଗି ନୁହେଁ ମହାପାପୀ ମଧ୍ୟ। ବୟସ ବି ବେଶୀ ନୁହେଁ। ରଙ୍ଗ ଏବଂ ବେଶ ବଦଳାଇଦେଇ ନିଜକୁ ବାବା ଏବଂ କେତେକ ଅପରାଧିଙ୍କି ସାଥିରେ ରଖି ନାଟକ କରି ଆରମ୍ଭ କରିଦେଲେ ଅନ୍ଧ ବିଶ୍ୱାସୀ ଅନେକ ଭକ୍ତ ମିଳିଯାଇଥାନ୍ତି। ଏପରିକି ମାର୍କେଟିଂ ଟିକେ ଭଲ ଭାବରେ କରିଦେଲେ ଆଖପାଖରେ ବାସ ବେଶ ପ୍ରଚାର ହୋଇଯାଇଥାଏ। ଝୋଙ୍ଗୀ ବ୍ୟବସାୟମଧ୍ୟ ଭଲ ଭାବରେ ଚାଲିଥାଏ। ଏହିପରି ଏକ ଢୋଙ୍ଗି ଯାହା ପାଖରେ ଜିଲ୍ଲାର ବଡ଼ ବଡ଼ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ ନତମସ୍ତକ ହେଉଥିଲେ। ସେହିପରି ଏକ ଢୋଙ୍ଗିକୁ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ୍। ଢୋଙ୍ଗିର ନାଁ ହେଲା ସୀତାରାମ ଓରଫ ସମରଥ ତ୍ରିପାଠୀ।

ଖବର ଅନୁଯାୟୀ, ରେୱା ସହରରେ ଏକ ହନୁମାନ ଚାଳିଷା କାର୍ଯ୍ୟକ୍ରମରେ ଏହି ଢୋଙ୍ଗିର ପ୍ରବଚନ ଥିଲା। ସେଥିପାଇଁ ତାକୁ ଡକାଯାଇଥିଲା। ଗଳି କନ୍ଦିରେ ତା’ର ଫଟୋ ଥାଇ ପୋଷ୍ଟରରେ ପେରଚାର ମଧ୍ୟ ଜୋରସୋରରେ ଚାଲିଥିଲା। କିନ୍ତୁ ପ୍ରବଚନ ପୂର୍ବରୁ ବାବାର ମନ ଟିକେ ଅଲଗା ଆଡ଼କୁ ଚାଲିଗଲା। ଏହି ସମୟରେ ବାବାର ଏକ ସାଥୀ ଯିଏକି ହିଷ୍ଟ୍ରି ସିଟର ଭାବରେ ଜଣାଶୁଣା ଏବଂ କୁଖ୍ୟାତ ଅପରାଧି ଜଣେ ନାଁ ବାଳିକାକୁ କାମ ବାହାନାରେ ଡକେଇଥିଲା। ବାବାକୁ ମଧ୍ୟ ଜିଲ୍ଲାର ସରକାରୀ ଗେଷ୍ଟ ହାଉସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ନାବାଳିକା ଜିଲ୍ଲାର ସର୍କିଟ ହାଉସରେ ପହଁଚିବା ପରେ ଦେଖିବାକୁ ପାଇଲାଯେ, ବାବା ସୀତାରାମ ଅନ୍ୟ ଚାରିଜଣ ସାଙ୍ଗଙ୍କ ସହିତ ବାସ୍ ମଦ୍ୟପାନ କରି ବେଶ୍ ଟଳମଳ ଅବସ୍ଥାରେ। ଅନ୍ୟ ଚାରିଜଣ ସାଙ୍ଗ ନାବାଳିକାକୁ ଗେଷ୍ଟ ହାଉସର ବାବାର ରୁମ୍‌ ଭିତରେ ଛାଡ଼ିଦେଇ ବାହାରପଟରୁ ବନ୍ଦ କରି ଚାଲିଯାଇଥିଲେ। ତେବେ ବାବା ଭିତରେ ନା ବାଳିକା ସହିତ ରେପ୍ କରିଥିଲା ବୋଲି ନା ବାଳିକା ଅଭିଯୋଗ କରିଛି। ଏହି ଘଟଣା ସେତେବେଳେ ଜଣାପଡ଼ିଲା ଯେତେବେଳେ ନାବାଳିକାକୁ ତା ଘରପାଖରେ କାରରେ ନେଇ ଛଡ଼ାଗଲା। କିନ୍ତୁ ନାବାଳିକା କାରରରୁ ଡେଇଁପଡ଼ିଥିଲା ଏବଂ ପୋଲିସ୍ ପାଖରେ ଯାଇ ଅଭିଯୋଗ କରିଥିଲା। ଏହାପରେ ସୀତାରାମର ହନୁମାନ ଚାଳିଷାର ପ୍ରବଚନ ମଧ୍ୟ ସେଇଠି ରହିଯାଇଥିଲା। ଚୁଟି ଏବଂ ଦାଢ଼ି କାଟି ଫେରାର ହେବା ଅବସ୍ଥାରେ ଥିଲା କିନ୍ତୁ ହେଲେ କ’ଣ ହେବ ଜିଲ୍ଲା ପୋଲିସ୍ ତାକୁ ସେଲୁନରୁ ମାଡ଼ି ବସିଥିଲା। ଏହାପରେ ଏକ ସଭାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଜିଲ୍ଲାପାଳ, ଏସ୍ପି ଏବଂ ଆଇଜିଙ୍କୁ କହିଥିଲେଯେ, ଏ ବୁଲଡୋଜର କେଉଁତିପାଇଁ ଅଛି? ଅପରାଧୀଙ୍କର ସବୁ ମାଟିରେ ମିଶାଇଦିଅ। ଏହାପରେ ମଧ୍ୟପ୍ରଦେଶର ରେୱା ଜିଲ୍ଲାର କର୍ତ୍ତୃପକ୍ଷ ଜେସିବି ମେସିନ୍ ବ୍ୟବହାର କରି ଆତ୍ମଗୋଷିତ ଢୋଙ୍ଗି ବାବା ସୀତାରାମ ଦାସ ଓରଫ ସମର୍ଥ ତ୍ରିପାଠୀର ଘରକୁ ନଷ୍ଟ କରିଦେଇଥିଲେ। ଢୋଙ୍ଗି ସହିତ ପ୍ରଶାସନ ସହଯୋଗୀ ବିନୋଦ ପାଣ୍ଡେ ଘର ଉପରେ ମଧ୍ୟ ବୁଲଡୋଜର ଚଲାଇଛି ପ୍ରଶାସନ।

ମାର୍ଚ୍ଚ ୨୮ ରେ ନାବାଳିକାକୁ ସତନାରୁ ଅଣାଯାଇଥିଲା। ଢୋଙ୍ଗି ଏକ କାର୍ଯ୍ୟକ୍ରମ ପାଇଁ ରେୱା ଆସିଥିଲା। ଖବର ଅନୁଯାୟୀ ଅଭିଯୁକ୍ତ ପ୍ରଥମେ ନିଜେ ମଦ ପିଇଥିଲା ଏବଂ ନାବାଳିକାକୁ ମଦ ପିଇବାକୁ ବାଧ୍ୟ କରିଥିଲା। ପରେ ନାବାଳିକାକୁ ସରକାରୀ ଗେଷ୍ଟ ହାଉସର କୋଠରୀରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ବଳାତ୍କାର ମାମଲାରେ ୪ ଜଣ ଅଭିଯୁକ୍ତଙ୍କ ନାମ ଅଛି, ଯେଉଁମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଦୁଇଜଣ ମୋନୁ ଏବଂ ଧିରେନ୍ଦ୍ର ମିଶ୍ର ବୋଲି ଜଣା ପଡିଛି। ସମସ୍ତ ଚାରି ଅଭିଯୁକ୍ତ ରେୱାର ମୂଳ ବାସିନ୍ଦା।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.