Home ଓଡ଼ିଶା ନାବାଳିକା ନବବଧୁର ଶବ ଉଦ୍ଧାର, ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ନାବାଳିକା ନବବଧୁର ଶବ ଉଦ୍ଧାର, ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

56

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୧୨- ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାଝରି ପନ୍ଦାରି ମାଣ୍ଡେଇ ଙ୍କ ନବ ବଧୁ ଜୁଲି ସୁବୁଦ୍ଧି (୧୬) ଙ୍କ ଶବ ତାଙ୍କ ଘରୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ନବ ବଧୁର  ସ୍ୱାମୀ  ରିତୁ ମାଣ୍ଡେଇ (୨୩) କୁ ଦର୍ପନାରାୟଣପୁର ଫାଣ୍ଡି ଅତିରିକ୍ତ ଉପ ନିରୀକ୍ଷକ ଧିରେନ୍ଦ୍ର ପାତ୍ର ଅଟକ ରଖି ପଚରା ଉଚରା ଜାରି ରଖିଥିବା ଜଣାପଡିଛି । ଖବର ଲେଖାହେବା ବେଳକୁ ପୋଲିସ ଶବକୁ ଜଗି ରହିଥିଲା ।

ଶବ ଜବତ କରିବା ପାଇଁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି କୁ ଅପେକ୍ଷା କରିଥିଲା । ଘଟଣାରୁ ପ୍ରକାଶ ୭ ମାସ ତଳେ ଲୁଣିସାହି ଗ୍ରାମର ରବି ସୁବୁଦ୍ଧି ଙ୍କ ନାବାଳିକା ଝିଅ ଜୁଲି ସୁବୁଦ୍ଧି(୧୬) କୁ ଉଠାଇ ଆଣି ପ୍ରେମ ବିବାହ କରିଥିଲେ । ଡିସେମ୍ବର ୨୦ ତାରିଖ ଅପରାହ୍ନରେ ଜୁଲି ଙ୍କ ମୃତ ଦେହ ଘରେ ପଡିଥିବାର ପୋଲିସ ଖବର ପାଇଥିଲା । ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ପରିବାର ତରଫରୁ ହତ୍ୟା ଅଭିଯୋଗ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.