Home ଅପରାଧ କାର୍ଯ୍ୟାଳୟରେ ପଶି ମହିଳା ଆରଆଇଙ୍କୁ ହାଣିଲା

କାର୍ଯ୍ୟାଳୟରେ ପଶି ମହିଳା ଆରଆଇଙ୍କୁ ହାଣିଲା

180

ହାଟଡ଼ିହି- ୨୦/୧୨ (ଓଡ଼ିଆ ପୁଅ /ବିକାଶ ବିଶ୍ୱାଳ) କାର୍ଯ୍ୟାଳୟ ଭିତରେ ପଶି ମହିଳା ରାଜସ୍ବ ନିରୀକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଧିନ ଆନନ୍ଦପୁର ରାଜସ୍ବ କାର୍ଯ୍ୟାଳୟ ପରିସରରେ। ଆନନ୍ଦପୁର ରାଜସ୍ବ ନିରୀକ୍ଷକ ସୀମା ସିମନ୍ତିନୀ ସାହୁ କାର୍ଯ୍ୟାଳୟରେ ଥିବା ବେଳେ ଆନନ୍ଦପୁର ଥାନା ବାଙ୍ଖିଡି ଗ୍ରାମ ର ଗୋବିନ୍ଦ ଜେନା କାର୍ଯ୍ୟାଳୟ ଭିତରେ ପଶି ଏକ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। କର୍ମଚାରୀମାନେ ସୀମା ଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଅଭିଯୁକ୍ତ ଗୋବିନ୍ଦକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ ଡାକ୍ତରଖାନା ପହଞ୍ଚି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଅନ୍ୟ ପକ୍ଷରେ ଗୋବିନ୍ଦଙ୍କ ଦଖଲ ଜମିକୁ ଅନ୍ୟ ନାମରେ କରିଦେଇଥିବାରୁ ସେ ଆରଆଇ ଙ୍କୁ ଆକ୍ରମଣ କରିଥିବା କଥା ଗୋବିନ୍ଦ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.