Home କେନ୍ଦୁଝର ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

229

ହାଟଡ଼ିହି, ୨୫ । ୬ : ନନ୍ଦିପଦା ଥାନା ଅଧିନସ୍ଥ ଇଞ୍ଚୋଳ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ପିଡୀତା ନାବାଳିକାର ଡାକ୍ତରୀ ମାଇନା କରାଇବା ସହିତ ମାଜିଷ୍ଟେଟଙ୍କ ନିକଟକୁ ବୟାନକୁ ଲିପିବଦ୍ଧ କରିଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ମଙ୍ଗଳବାର ରାତିରେ କୃଷ୍ଣଚନ୍ଦ୍ର ଗାଁର ଜଣେ ୧୫ବର୍ଷୀୟ ନାବାଳିକାକୁ ଜବରଦସ୍ତ ଉଠାଇନେଇ ସ୍କୁଲ ପଛପଟେ ଥିବା ଏକ ବିଲରେ ପକାଇ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମପରେପରେ ନା ବାଳିକା ଜଣକ ସଜ୍ଞାହୀନ ହୋଇ ପଡିବାରୁ ଯୁବକ ଜଣକ ତାକୁ ସେହିଠାରେ ଛାଡି ପଳାଇ ଆସିଥିଲା । ବାଳିକାର ପରିବାର ଲୋକେ ତା ପରଦିନ ସକାଳୁ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାରକରି ଡାକ୍ତରଖାନା ନେଇଥିଲେ । ଏନେଇ ନା ବାଳିକାଙ୍କ ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହେବାପରେ ନନ୍ଦିପଦା ପୁଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଗିରଫ କରି ଡାକ୍ତରୀ ପରୀକ୍ଷା କରାଇବା ସହ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.