Home ଓଡ଼ିଶା ନାବାଳିକା ଉଦ୍ଧାର

ନାବାଳିକା ଉଦ୍ଧାର

20

ନବରଙ୍ଗପୁର ୧୯/୯ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ନବରଙ୍ଗପୁର ଜିଲା ଡାବୁଗାଁଥାନା ପୋଲିସ ଜଣେ ନାବାଳିକାକୁ ସୋମବାର ଉଦ୍ଧାର କରିଛି। ସୂଚନାଯୋଗ୍ୟ ଡାବୁଗାଁ ଥାନା ଅଧୀନ ରାବଣାଗୁଡା ଗ୍ରାମର ପରଶୁରାମ ପୂଜାରୀଙ୍କ ୧୪ ବର୍ଷର ନାବାଳିକା ୨୮.୮.୨୧ ତାରିଖ ଦିନ ସନ୍ଧ୍ୟାରେ ଝିଅ ଘରେ ନଥିବା ଦେଖି ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅକୁ ପାଇ ନଥିଲେ। ପରେ ଯାଇ ଖବର ପାଇଥିଲେଯେ, ଝିଅ ସହ କୋଡିଗାଁ ଥାନା ଅଧୀନ ଫାପୁଣି ଗ୍ରାମର ଦିବାକର ହରିଜନ ନାମକ ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉକ୍ତ ଯୁବକ ତାଙ୍କ ନାବାଳିକା ଝିଅକୁ ନେଇ କେଉଁ ଆଡେ ଚାଲି ଯାଇଛି। ଏନେଇ ୩୧.୮.୨୧ ଦିନ ନାବାଳିକାର ପିତା ପରଶୁରାମ ପୂଜାରୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୩୬/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। ସେହି ଦିନ ଠାରୁ ଦୁହେଁ ଫେରାର ଥିଲେ। ରବିବାର ଡାବୁଗାଁ ପୋଲିସ ଖବର ପାଇଥିଲା ଯେ ଫେରାର ୨ ଜଣ ଫେରି କୋଡିଗାଁ ଥାନା ଅଧୀନ ଯୁବକର ନିଜ ଘର ଫାପୁଣି ଗ୍ରାମରେ ଅଛନ୍ତି। ସୋମବାର ଡାବୁଗାଁ ଥାନା ଆଇଆଇସି ପ୍ରମୋଦ କୁମାର ନାୟକ, ସବଇନିସ୍ପେକ୍ଟର ମେନକା ଶା, ଏଏସଆଇ ଶିଶିର କାନ୍ତ ଘୋଷ ଓ ବିଜୟ କୁମାର ସାହୁ ଯୁବକର ଘରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରି ଆଣିଥିଲେ। ଯୁବକ ଦିବାକର ହରିଜନକୁ ଅଟକ ରଖାଯାଇଛି। ଉକ୍ତ ନାବାଳିକାକୁ ଡାବୁଗାଁ ସ୍ୱଳ୍ପ କାଳୀନ ଆବାସ ଗୃହରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.