Home ଜିଲ୍ଲା ପରିକ୍ରମା ନାବାଳିକାକୁ ଅପହରଣ କରି ଜଣେ ଗିରଫ

ନାବାଳିକାକୁ ଅପହରଣ କରି ଜଣେ ଗିରଫ

59

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ମୁନିସିପାଟଣା ଗ୍ରାମର ଅବଦୁଲ ରେଜାଙ୍କ ପୁଅ ଟିକିବାବୁ ସେହି ଗ୍ରାମର ଜୈନାକା ଏକ ୧୨ବର୍ଷର ନାବାଳିକାକୁ ୨୦୧୯ ମସିହାରେ ବିବହାର ପ୍ରତିଶୃତି ଦେଇ ଅପହରଣ କରିନେଇ ଫେରାର ହୋଇଯାଇଥିଲେ । ଏବେ ଏହି କିଛିଦିନ ହେବ ଜୈନେକ ଯୁବକ ଉକ୍ତ ନାବାଳିକାକୁ ପୁଣି ଘରକୁ ନେଇଆସି ବିଭିନ୍ନ ଶାରିରୀକ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା । ଏ ନେଇ ନାବାଳିକାର ବାପା ସେକ୍ ଜାବିର ଧାମନଗର ଥାନାରେ ସମ୍ପୃକ୍ତ ଯୁବକ ନାମରେ ଅଭିଯୋଗ କରିବା ପରେ ଥାନାର ଏସ୍‌ଆଇ ମୋତିଲାଲ ମାରାଣ୍ଡି ଘଟଣାର ତଦନ୍ତ କରି କେସ ନଂ ୧୫୪/୨୧ରେ ଏକ ମାମଲା ରୁଜୁ କରିବା ସହିତ ସମ୍ପୃକ୍ତ ଯୁବକକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛନ୍ତି । ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ହାଜତକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.