Home ଜିଲ୍ଲା ପରିକ୍ରମା ନାନା ବିଧ ସମସ୍ୟା ମଧ୍ୟରେ ଅଣିଜୋର ବାବା ପ୍ରତାପ ସିନ୍ଧୁକେଶ୍ୱରଙ୍କ ପୀଠ

ନାନା ବିଧ ସମସ୍ୟା ମଧ୍ୟରେ ଅଣିଜୋର ବାବା ପ୍ରତାପ ସିନ୍ଧୁକେଶ୍ୱରଙ୍କ ପୀଠ

67

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେଉଁ ଆବାହମାନ କାଳରୁ ବନ୍ତ ବ୍ଳକ ଅଣିଜୋ ଠାରେ ଅଧିଷ୍ଟିତ ଥିବା ଆରାଧ୍ୟ ଦେବତା ବାବାପ୍ରତାପ ସନ୍ଧୁଶ୍ୱେର ମହାଦେବ ଆଜି ନାନା ସମସ୍ୟା ମଧ୍ୟରେ ଗତିକରୁଛନ୍ତି । ପୀଠର ଆର୍ବିଭାବ ସଂପର୍କରେ ଲୋକ କଥାରୁ ଜଣାଯାଏ ସେ ଯେଉଁ ସ୍ଥାନରେ ପୂଜା ପାଉଛନ୍ତି ତାହା ସେବେ ଥିଲା ଘୋର ଜଙ୍ଗଲ ରେ ପରିପୂର୍ଣ୍ଣ । ଏବେ ପ୍ରଭୁ ନିଜସ୍ୱ ମନ୍ଦିରେ ପୂଜାପାଉଛନ୍ତି । ୧ ଏକର ଜମିରେ ଏକ ବିରାଟ ପୁଷ୍ମରିଣୀ ଖନନ କରିଥିଲେ ।ଯାହା କୁଣ୍ଡ ପୁଷ୍କରିଣୀ ନାମରେ ନାମିତ ହୋଇଥିଲା । ହେଲେ ଯେଉଁ ପବିତ୍ର ଜଳରେ ପ୍ରଭୁଙ୍କର ନୀତି ସେବା କରାଯାଇ ଯାହାର ଜଳରେ ସ୍ନାନକରି ପ୍ରଭୁଙ୍କର ଦର୍ଶନ କଲେ ମହାପାତକ ନାଶ ହେଉଥିଲା । ଆଜି ତାହା ବର୍ଷବର୍ଷ ଧରି ମରାମତି ଭାବରୁ ଦଳଗାଢ଼ିଆରେ ପରିପୂର୍ଣ୍ଣ ହୋଇଛି । ସେ ମସମୟ ରେ ବାବା ସିନ୍ଧୁକେଶ୍ୱରଙ୍କର ନାମରେ ୩୬୫ ଏକର ଜମିଥିବାର ପର୍ବସୂଚନାରୁ ଜଣାଯାଏ । ଉକ୍ତ ଜମିର ଆୟ ଅର୍ଥରେ ବାବା ଙ୍କର ବାରମାସରେ ତୋର ପର୍ବ ବହୁ ଆଡ଼ମ୍ବରରେ ସଂପାଦିତ ହେଉଥିଲା । ଏହି ସେବା ପାଇଁ ଅଣିଜୋ ଗ୍ରାମର ୩୯ ଜଣ ବ୍ରାହ୍ମଣ ପରିବାରଏହି ବ୍ୟବସ୍ଥାରେ ରହିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଉକ୍ତ ଜମି ଅଜି ବିନା କାରଣ ରେ ବିକ୍ରୟ ହୋଇ ଏବେ ମାତ୍ର ୧୮ ଏକର ଥବା ର ଗ୍ରାମବାସୀମାନେ ପ୍ରକାଶ କରନ୍ତି । ବାବାଙ୍କର ମନ୍ଦିର ଦକ୍ଷିଣ ପାଶ୍ୱର୍ରେ ଥିବା କୁଣ୍ଡ ପୋଖରୀ ୧ ଏକର ଜମିରେ ନିର୍ମିତ ହୋଇଥିବା ବେଳେ ତାଙ୍କ ମନ୍ଦିର ବେଢାର ଲମ୍ବ ୯୯ ଫୁଟ୍ ଏବଂ ଓସାର ୬୬ ଫୁଟ୍ । ବେଢାର ଚାରି କଡ଼ରେ ହନୁମାନ , ଶ୍ର୍ରୀ ଜଗନ୍ନାଥ , ଶ୍ରୀ ଗଣେଷ ଏବଂ ଦେବୀ ପାର୍ବତୀ ଙ୍କର ମୁର୍ତ୍ତୀ ରହିଛି । ମଝିରେ ତାଙ୍କର ବିଶାଳକାୟ ବୀଗ୍ରହ ।

ଏହି ମନ୍ଦିରର ଉଚ୍ଚତା ୭୫ ଫୁଟ୍ ହୋଇଥିବା ବେଳେ ଦୈର୍ଘ୍ୟ ୨୮ ଫୁଟ୍ ଅଟେ । ମନ୍ଦିର ସମ୍ମୁଖରେ ଦୁଇ ସିଂହ ଏବଂ ଷଣ୍ଢର ପ୍ରତିମୂର୍ତ୍ତି ବିଦ୍ୟମାନ । ଯାହା ମାଆ ପାର୍ବତୀ ଏବଂ ଶିବଙ୍କର ବାହାନ ଅଟନ୍ତି ।ମନ୍ଦିର ପାଶ୍ୱର୍ରେ ଅବସ୍ଥିତ ଥିବା ପବିତ୍ର କର୍ଣ୍ଡ ପୁଷ୍କରିଣୀ ଓ ଦୁଇଗୋଟି ବୃହତକାୟ ଧାନ ଅମାର ଆଜି କେବଳ କିମ୍ବଦନ୍ତି ପାଲଟିଛି । ହେଲେ ଆଜି ବାବା ଙ୍କର ସେବାପୁଜାରେ ନାନା ସମସ୍ୟା ଦେଖାଯାଇଥିବାର ଦେଖାଯାଇଛି । ଠାକୁରଙ୍କ ନାମରେ ଥିବା ଜମି ର ସଠିକ ଉପଯୋଗ ହୋଇନଥିବାରୁ ଓ ସରକାରୀ ସାହାର୍ଯ୍ୟ ସହଯୋଗ ନଥିବାରୁ ପ୍ରଭୁଙ୍କର ଦୈନଦିନ ପୂଜା ନୀତି ରେ ନାନା ସମସ୍ୟା ଦେଖାଯାଉଛି । ଅନ୍ୟପକ୍ଷରେ ମନ୍ଦିରର ରକ୍ଷଣା ବକ୍ଷେଣ ରେ ଅର୍ଥ ବାଧକ ସାଜିଛି । ବଦାନ୍ୟ ବ୍ୟକ୍ତି ଙ୍କ ଦାନରେ ଉକ୍ତ ମନ୍ଦିରର ରଂଗ ଦିଆଯିବା ସହ ଅନ୍ୟାନ୍ୟ କାର୍ଯ୍ୟ ଚାଲୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପରି ମନେ ହୋଇଛି । ଫଳରେ ଉକ୍ତ ଅଂଚଳରେ ଥିବା ଅଧିଷ୍ଠିତ ଦେବଙ୍କର ବିଭିନ୍ନ ଅତ୍ୟାବଶ୍ୟକୀୟ ସମାଗ୍ରୀ ପରିପୁରଣ ରେ ବହୁ ଅଭାବ ପରିଲକ୍ଷିତ ହୋଇଛି । ଉକ୍ତ ମନ୍ଦିର ଉନ୍ନତି କରଣ ଓ ଅତ୍ୟାବଶ୍ୟକ ହୋଇଥିବା ନାନା ବିଧ ସମସ୍ୟା ବିଷୟରେ ଦେବତର ବିଭାଗ ସହ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଅଂଚଳ ବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.