Home ଜିଲ୍ଲା ପରିକ୍ରମା ଗୃହଉପରେ ବିପଦ ସଙ୍କୁଳ ଅବସ୍ଥାରେ ୧୧କେ.ଭି ତାର, ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଦାବି

ଗୃହଉପରେ ବିପଦ ସଙ୍କୁଳ ଅବସ୍ଥାରେ ୧୧କେ.ଭି ତାର, ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଦାବି

28

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନସ୍ତ ନିଳୋକ ପଂଚାୟତ ର ନିଳୋକ -ଛତାବର ରାସ୍ତାର ବେଗନା ଛକରୁ ଉକ୍ତ ଗ୍ରାମକୁ ଯାଇଥିବା ଅଣ ଓସାରିଆ ରାସ୍ତାର ପାଶ୍ୱର୍ରେ ୨ଜଣଙ୍କର ନିଜସ୍ୱ ବୃତି ରେ ୬୩କେ.ଭି ଶକ୍ତି ସଂପର୍ଣ୍ଣ ବିଦ୍ୟୁତ୍ ସବ୍‌ଷ୍ଟେସନ ସ୍ଥାପନ କରାଯାଛନ୍ତି । ଉକ୍ତ ଟ୍ରାନ୍‌ସଫରମର ରୁ୧୧କେ.ଭି.ତାର ରାସ୍ତା ପାର୍ଶ୍ୱରେ ଓହଳି ରହିବା ସହ ଗୃହ ଉପର ଦେଇ ଅନ୍ୟ ସ୍ଥାନକୁ ଗତି କରିଛି । ଉକ୍ତ ଅଣଓସାରିଆ ରାସ୍ତା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ବେଗନା ଗ୍ରାମର ଗ୍ରାମବାସୀଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସହ ଗୃହପାଳିତ ପଶୁମାନେ ଯାତାୟତ କରନ୍ତି ।ଉକ୍ତ ବିଦ୍ୟୁତ୍ ସବ୍‌ଷ୍ଟେସନର ରୁ ବାହାରି ଥିବା ଜୀବନ୍ତ ବିଦ୍ୟୁତ୍ ତାର ଜଣେ ବ୍ୟକ୍ତିଙ୍କର ପକ୍କା ଘର ଉପରେ ଓ ସବ୍‌ଷ୍ଟେସନର ଖୁଂଟିିରୁ ବାହାରିଥିବା ତାର ଅନ୍ୟ ଜଣକର ଘର ବାଡି ମଧ୍ୟରେ ରେ ଥିବାରୁ ଉଭୟ ପରିବାର ସହ ଗ୍ରାମବାସୀଙ୍କପାଇଁ ଏହା ବହୁ ସମସୟରେ ନାନା ବିପଦ ସୃଷ୍ଟିକରିଛି । ଉକ୍ତ ବିଦ୍ୟୁତୁ ତାର ଯୋଗୁଁ ଗ୍ରାମ ମଧ୍ୟକୁ ଭାରିଯାନ ଚଳାଚଳ ସଂପୂର୍ଣ ବଂଦ ରହିବାସହ ଉକ୍ତ ତାର ଓହଳି ରହିଥିବାରୁ ପବନରେ ଏହାର ଘର୍ଷଣ ଫଳରେ ସବ୍‌ଷ୍ଟେସନରୁ ସ୍ପାରକିଂଗ ହୋଇ ବହୁସମୟରେ ଗଛ ପୋଡି ଯିବାସହ ଉକ୍ତ ରାସ୍ତାରେ ଯାତାୟତରେ କରୁଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ ନାନା ବିପଦ ସୃଷ୍ଟି କରିଛି । ଏହି ବିପଦରୁ ରକ୍ଷାପାଇବା ସହ ନିରାପଦ ଭାବେ ଯାତାୟତ ପାଇଁ ଗ୍ରାମବାସୀ ମାନେ ଉକ୍ତ ସମସ୍ୟାକୁ ନେଇ ୨୦୧୧ ମସିହାରୁ ଅଦ୍ୟାବଧି ବହୁ ଥର ବିଭାଗୀୟ ଉଚ୍ଚ କତୃପକ୍ଷ ଏଜକ୍ୟୁଟିଭ ଇଂଜିନୟର,ଜେ.ଇ,ଭଦ୍ରକ,ଜେ.ଇ ବନ୍ତ,ଏସ.ଡ଼ି.ଓ ଭଦ୍ରକ ଙ୍କୁ ବହୁବାର ଅବଗତକରି କେବଳ ଆଶ୍ୱାଶନା ଛଡ଼ା ଅନ୍ୟକୈାଣସି ସୁଫଳମିଳିନଥିବାର ସେମାନେ ପ୍ରକାଶ କରିଛନ୍ତି । ଫଳରେ ଏହି ସମସ୍ୟାରୁ ମୁକ୍ତିପାଇଁ ଉକ୍ତ ସବ୍ ଷ୍ଟେସନକୁ ଗ୍ରାମ ପାର୍ଶ୍ୱସ୍ତ ରେ ଥିବା ନିରାପଦ ସ୍ଥାନରେ ସ୍ଥାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇନାହିଁ । ଯଥାଶିଘ୍ର ଏହାକୁ ନିରାପଦ ସ୍ଥାନରେ ବସାଇ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.