Home ଓଡ଼ିଶା ନାଟଗୁରୁ ଶିବରାମଙ୍କ ମୃତ୍ୟୁରେ ମାଲକାନଗିରି ର ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଜଂଳୀ ଜଣାଇଲେ

ନାଟଗୁରୁ ଶିବରାମଙ୍କ ମୃତ୍ୟୁରେ ମାଲକାନଗିରି ର ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଜଂଳୀ ଜଣାଇଲେ

151

ମାଲକାନଗିରି,୧୭ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଦେଶିଆ ନାଟଗରୁ ସାଂସ୍କୃତିକ ସଂଗଠନର କୋଷାଧ୍ୟକ୍ଷ ନାଟଗୁରୁ ଶିବରାମ ଖରାଙ୍କ ମୃତ୍ୟୁରେ ମାଲକାନଗିରି ଜିଲ୍ଲାରେ ଶୋକର ଛାୟାଖେଳି ଯାଇଛି,ଆଜି ତାଙ୍କର ଶେଷଦର୍ଶନକରି ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରଦ୍ଧାଜଂଳୀ ଜଣାଇଛନ୍ତି,ମାଲକାନଗିରି ବ୍ଲକ ପଦ୍ମଗିରି ପଚାଂୟତ ବଇଲାପାଲି ଗ୍ରାମର ନାଟଗୁରୁ ଶିବରାମଖରା ଗତ କିଛି ଦିନହେଲା କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ ଶହିଦ ଲକ୍ଷମ୍‌ଣନାୟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ରବିବାର ରାତ୍ରରେ ତାଙ୍କର ମୃତ୍ୟୁଘଟିଥିଲା । ଆଜି ତାଙ୍କର ମୃତଶରୀର ତାଙ୍କଗ୍ରାମ ବଇଲାପାରିରେ ପହଁଚିଲା ପରେ ସମଗ୍ର ପଦ୍ମଗରି ଓ ମାଲକନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ଶିବ ଜଣେ ନାଟଗୁରୁ ସହିତ ପରଉପକାରି ସମାଜସେବି ବ୍ୟକ୍ତି ଥିଲେ ।ତାଙ୍କ ମର ଶରୀର ନିକଟରେ ପୁବ ର୍ତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ,ପଦ୍ମଗିରି ସରପଚଂ ରମା ନାୟକ,ଜିଲ୍ଲା ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ସଭାପତି ଅନାଦିକଡା,ନାଟଗୁରୁ ଧନଫୁଲ ବାରିକ,ଚିତ୍ରଶେନ ବେହେରା,ପୁଲିସ ରାମ ମାଣ୍ଡି, ଜିଲ୍ଲା ଦେସିଆ ନାଟଗୁରୁ ସାଂସ୍କୃତିକ ସଂଗଠନର ସମସ୍ତ ବ୍ଲକର ସଭାପତି ସଂପାଦକ ଓ କର୍ମକର୍ତାଙ୍କ ସହିତ ବିଶିଷ୍ଠବ୍ୟକ୍ତି ଗ୍ରାମବାସୀ ମାନେ କୋଭିଡ ନିୟମ ମାନି ମାସ୍କପରିଧାନ କରି ସାମାଜିକ ଦୂରତା ରକ୍ଷାକରି ମରଶରୀର ରେ ପୁସ୍ପଗୁଚ୍ଛ ଦେଇ ଶ୍ରଦ୍ଧାଜଂଳୀ ଦେଇ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଶିବ ଘରକୁ ଏକ ମାତ୍ର ରୋଜଗାର କ୍ଷମବ୍ୟକ୍ତି ଥିଲେ,ସେ ବିଭିନ୍ନସ୍ଥାନରେ ପଥପ୍ରାନ୍ତ ନାଟକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ବୃଦ୍ଧାମାତା ଓ ପତ୍ନୀ,ଦୁଇଝିଅ ପ୍ରତିପୋଷଣ ହେଉଥିଲେ , ଏବେ ତାଙ୍କପରିବାର ଅନାଥ ହୋଇ ଗଲେ, ସରକାରଙ୍କ ପକ୍ଷରୁ ଶିବଙ୍କ ମୃତ ପରିବାରଙ୍କୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.