Home ଓଡ଼ିଶା ନାଗପୁର-କାନପୁର ହାଇୱେରେ ଦୁର୍ଘଟଣା ;କୋରାପୁଟର ଆମ୍ବୁଲାନସ ମାଲିକ ମୃତ

ନାଗପୁର-କାନପୁର ହାଇୱେରେ ଦୁର୍ଘଟଣା ;କୋରାପୁଟର ଆମ୍ବୁଲାନସ ମାଲିକ ମୃତ

455

କୋରାପୁଟ ;ତା୨୬-୦୫-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଜଣେ ରୋଗୀକୁ ନେଇ କୋରାପୁଟରୁ କାନପୁର ଯାଉଥିବାବେଳେ ନାଗପୁର-କାନପୁର ହାଇୱେରେ ଆମ୍ବୁଲାନସ ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ଆମ୍ବୁଲାନସ ମାଲିକ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ ମହାରାଷ୍ଟ୍ର କାନପୁରର ଜଣେ ଟ୍ରକ ଡ୍ରାଇଭର ଏକ ସଡକ ଦୁର୍ଘଟଣାରେ ଆହତ ହୋଇ କୋରାପୁଟ ଏସଏଲଏନ ମେଡିାକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଉକ୍ତ ଟ୍ରକ ଡ୍ରାଇଭରଙ୍କୁ ତାଙ୍କ ଗାଁରେ ଛାଡିବାକୁ ଶନିବାର ରାତିରେ କୋରାପୁଟ ପୌର ପରିଷଦ ପୁଜାରୀପୁଟରେ ରହୁଥିବା ଆମ୍ବୁଲାନସ ମାଲିକ ସୁଧୀର ପଣ୍ଡା ଓ ଅନ୍ୟ ଜଣେ ଡ୍ରାଇଭର ଗାଡି ନେଇ ବାହାରିଥିଲେ। ରବିବାର ପୂର୍ବାହ୍ନରେ ନାଗପୁର-କାନପୁର ହାଇୱେରେ ଆମ୍ବୁଲାନସ ଦୃତ ଗତିରେ ଯାଉଥିବାବେଳେ ଡ୍ରାଇଭରର ଆଖି ପତା ପଡି ଯିବାରୁ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ହୋଇଥିଲା। ଗାଡି ଚାଳକ ଆହତ ହୋଇଥିବାବେଳେ ମାଲିକ ସୁଧୀର ପଣ୍ଡା ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ସୁଧୀର ଆମ୍ବୁଲାନସର ସମୁଖ ସିଟରେ ବସିଥିବାବେଳେ ତାଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ଖବର ପାଇ ସୁଧୀରଙ୍କ ବଡ ଭାଇ ସୁଦାମା ପଣ୍ଡା ମୃତଦେହ ଆଣିବାକୁ ନାଗପୁର ଯାଇଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.