Home ଓଡ଼ିଶା ନାକିଠଣା ବାବା ବାଲୁଙ୍କେଶ୍ୱର ପୀଠ ଏବେବି ଅବହେଳିତ

ନାକିଠଣା ବାବା ବାଲୁଙ୍କେଶ୍ୱର ପୀଠ ଏବେବି ଅବହେଳିତ

99

ନୟାଗଡ/୨/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ ରାଜୁଡା ଅମଳ ରୁ ନୟାଗଡ ଜିଲ୍ଲା ରଣପୁର ମନ୍ଦିର ମାଳିନୀ ଗଡଜାତ ଭାବରେ ପରିଚିତ ଥିଲା । ସେଥିରୁ ଅଧିକାଂଶ ଶୈବ ପୀଠ । ସେହି ପୀଠ ମାନଙ୍କର ଅନେକ ମାହାତ୍ମ ରହିଅଛି । କିନ୍ତୁ ଦେବତ୍ତୋର ବିଭାଗ ର ଅଧିନରେ ଥିଲେ ମଧ୍ୟ ବିଭାଗୀୟ ଅବହେଳା ଯୋଗୁଁ ପୀଠ ଗୁଡିକ ଅବହେଳିତ ଭାବରେ ରହିଅଛି । ସେଭଳି ଏକ ମାହାତ୍ମ ଥିବା ମନ୍ଦିର ହେଉଛି ରଣପୁର ଚାନ୍ଦପୁର ରାସ୍ତାର ନାକିଠଣା ବାଲୁଙ୍କେଶ୍ୱର ମନ୍ଦିର । ଯେଉଁ ପୀଠ କି ପ୍ରଶାସନିକ ଅବହେଳାର ଶୀକାର ହୋଇଅଛି । ଏହି ବାଲୁଙ୍କେଶ୍ୱର ମନ୍ଦିର କୁ ପ୍ରତି ସୋମବାର , ଶନିବାର , ସଂଙ୍କ୍ରାନ୍ତି ଓ ପୁର୍ଣ୍ଣମୀରେ ଶହ ଶହ ସଂଖ୍ୟାରେ ମାନସିକ ବ୍ରତଧାରୀ ଶ୍ରଦ୍ଧାଳୁ ଭକ୍ତ ଶହ ଶହ ସଂଖ୍ୟାରେ ଅସିଥାନ୍ତି । ମାନସିକ ପୁରଣ ପରେ ପ୍ରଭୁଙ୍କ ଲିଙ୍ଗ ନିକଟରେ ତମ୍ବା ନିର୍ମିତ ନାଗ , ପିତ୍ତଳ ଘଣ୍ଟି  ଓ ପ୍ରସ୍ତର ନିର୍ମିତ ବୃଷଭ ବସାଇଥାନ୍ତି । ଏହି ବାଲୁଙ୍କେଶ୍ୱର ମନ୍ଦିର ଦେବତ୍ତୋର ବିଭାଗ ଅଧିନରେ ଥିଲେ ମଧ୍ୟ ଏବେବି ଅବହେଳିତ ।

ନାକିଠଣା ଓ ଖଣ୍ଡିଆବନ୍ଧ ଗ୍ରାମବାସୀ ଙ୍କ ସହଯୋଗ ରେ ମନ୍ଦିର ର ଯାହାକିଛି ଉନ୍ନତି ହୋଇଅଛି । ମନ୍ଦିର ପୂଜକ ରଣପୁର ରାଜା ଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଜମି ଭୋଗ ଦଖଲ କରି ପୂଜାର୍ଚ୍ଚନା କରି ଆସୁଛନ୍ତି । ମନ୍ଦିର ର ପରିବେଶ ଅତୀ ରମଣୀୟ । ବିବାହ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ମଣ୍ଡପ ଆଦି ନିର୍ମାଣ ହୋଇଥିଲେ ମଧ୍ୟ ଆବଶ୍ୟକୀୟ ଭିତ୍ତି ଭୂମିର ଅଭାବ ରହିଅଛି । ଏ ସର୍ମ୍ପକେ ସ୍ଥାନୀୟ ଚମ୍ପାପେଡି ଗ୍ରାମପଞ୍ଚାୟତ ସରପଞ୍ଚ ନିର୍ମଳ କୁମାର ମତଗଜସିଂ କୁହନ୍ତି ଯେ ସେ ଗ୍ରାମ୍ୟବାସୀ ଙ୍କ ତରଫରୁ ଆପତ୍ତି ଦରଖାସ୍ତ ଦେଇ ରଣପୁର ଦେବତ୍ତୋର ବିଭାଗ ଦାଇତ୍ୱରେ ଥିବା ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କୁ ଡକାଇଥିଲେ । ସେ ମନ୍ଦିର ପରିଦର୍ଶନ କରି ବିଭାଗୀୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଗ୍ରାମବାସୀ ମାନେ ବାବା ବାଲିଙ୍କେଶ୍ୱର ମନ୍ଦିର ର ବିକାଶ ରେ ବିଭାଗୀୟ ସହାୟତା ଆଶାରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.