Home କେନ୍ଦୁଝର ଡଙ୍କୁରୀ ନିକଟରେ ଟ୍ରକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

ଡଙ୍କୁରୀ ନିକଟରେ ଟ୍ରକ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

46

ହାଟଡ଼ିହି, ୨/୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଅଣା ସମଣା ରାସ୍ତାର ଡଙ୍କୁରୀ ଗ୍ରାମ ନିକଟରେ ଟ୍ରକ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ବଡରମ୍ପାସ ଗ୍ରାମରେ ରହି କାମ କରୁଥିବା ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ହସନ ନାମକ ଜଣେ ରାଜମିସ୍ତ୍ରୀ ବଡ ରମ୍ପାସ ଗ୍ରାମର ସନୁ ସେନାପତି ଓ ସୁବାସ ଜେନାଙ୍କ ସହ ଅଣାପଟୁ ନିଜ ଗ୍ରାମ ଆଡକୁ ବାଇକରେ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତିନିଜଣ ଯାକ ରାସ୍ତା କଡକୁ ଛିଟିକି ପଡିଥିବାବେଳେ ଟ୍ରକଟି ହସନକୁ କିଛି ବାଟ ଘୋଷାରି ନେଇଥିଲା । ସ୍ଥାନୀୟ ଲୋକମାନେ ହାଟଡିହି ଦମକଳ ଯୋଗେ ହସନକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବାବେଳେ ସନୁ ଓ ସୁବାସଙ୍କୁ ତାଙ୍କ ପରିବାର ଲୋକେ ଡାକ୍ତରଖାନା ନେଇଯାଇଥିଲେ । ହସନକୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି । ଏହାକୁନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.