Home ଜିଲ୍ଲା ପରିକ୍ରମା ନଳକୂପ ରୁ ଅନବରତ ବାହାରୁଛି ପାଣି, ସେହି ପାଣିକୁ ବ୍ୟବହାର କରି ଗରିବ ଆଦିବାସୀ ଯୁବକ...

ନଳକୂପ ରୁ ଅନବରତ ବାହାରୁଛି ପାଣି, ସେହି ପାଣିକୁ ବ୍ୟବହାର କରି ଗରିବ ଆଦିବାସୀ ଯୁବକ ହୋଇଛି ଧନି

161

ମାଲକାନଗିରି,୧୪ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ନାୟକଗୁଡା ପଚାଂୟତ ତଙ୍ଗଗୁଡା ଆଦିବାସୀ ଗ୍ରାମରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଯହାକି ଇଂଜିନିୟର ମାନେ ଏହାର କରାଣ କଣ ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି । ମାଲକାନଗିରି ଜିଲ୍ଲା ନାୟକଗୁଡା ପଚାଂୟତର ତଙ୍ଗଗୁଡା ଆଦିବାସୀ ଗ୍ରାମରେ ମଙ୍ଗଳବିଭାଗ ପକ୍ଷରୁ ଏକ ସରକାରି ଆଶ୍ରମ ବିଦ୍ୟାଳୟ ଟିଏ ରହିଛି । ଏହି ଆଶ୍ରମ ବିଦ୍ୟାଳୟ ଛାତ୍ରବାସ ପରିସରେ ଖୋଳାଯାଇଥିବା ନଳକୂପରୁ ଗତ କିଛିବର୍ଷହେଲା ଅନବରତ ଭାବେ ପାଣିବାହାରୁଛି । ଖରା ଓ ବର୍ଷାଦିନେ ଏହି ନଳକୂପର ସିମେଟଂ ଚାନ୍ଦିନି ପଠାଇ ପାଣିବାହାରୁ ଥିବା ବେଳେ ବର୍ଷାଦିନେ କିମ୍ବି ବର୍ଷା ଅଷଡାଏ ହେଲେ ନଳକୂପ ମହଁବାଟଦେଇ ଅନବରତ ଭାବେ ପାଣିବାହାରିଥାଏ । ନଳକୂପରୁ ପାଣିନେବାକୁ ଆସୁଥିବା ଲୋକଙ୍କୁ ହାବିସ ମାରିବାକୁ ପଡେନାହିଁ, ନଳକୂପ ମୁହଁରେ ମାଠିଆ କିମ୍ବା ଗରା ରଖିଦେଲେ ଆପେ ଆପେ ସେଥିରେ ପାଣିଭର୍ତି ହୋଇଯାଇଥାଏ । ମାଲକାନଗିରି ଏକ ପାହାଡ ପବ ର୍ତ ପଥୁରିଆ ଅଚଂଳ ହୋଇଥିବାରୁ ଅନେକ ସ୍ଥାନରେ ୨୦୦ରୁ ୩୦୦ଫୁଟ ପର୍ଯ୍ୟନ୍ତ ନଳକୂପ ଖୋଳା ଯାଇଥିଲେ ମଧ୍ୟ ସେଥିରୁ ପାଣି ବାହାରୁ ନଥିବା ବେଳେ ତଙ୍ଗଗୁଡା ଆଦିବାସୀ ଗ୍ରାମରେ ନଳକୂପରୁ ଆପେ ଆପେ ପାଣିବାହାରୁ ଥିବା ଦୃଶ୍ୟ ଦେଖିବା ପାଇଁ ପ୍ରଥମେ ପ୍ରଥମେ ସେହି ଗାଁରେ ବିଭିନ୍ନ ଗ୍ରାମରୁ ଲୋକମାନଙ୍କ ଭିଡଲାଗି ଯାଉଥିଲା । ସେଠାରେ ଜଳଦେବତା ଆବି ର୍ଭାବ ହୋଇଛନ୍ତି ବୋଲି ଆଗରୁ ଗ୍ରାମର କିଛି ଲୋକେ ନଳକୂପ ନିକଟରେ ପୁଜା ପାଠ ଆରମ୍ଭ କରିଦେଇଥିଲେ । ନଳକୂପ ରୁ ବାହାରୁ ଥିବା ଜଳ ଛାତ୍ରବାସ ପାଚେରି କଡରେ ପ୍ରଭାବିତ ହୋଇ ସେଠାରେ ଥିବା ଜମିଗୁଡିକରେ ସବୁବେଳେ ପାଣିଜମୁଥିବାର ଦେଖି ସେହି ଗାଁର ଚୈତନ୍ୟ ମାଡକାମି ନାମକ ଜଣେ ଆଦିବାସୀ ସଂପ୍ରଦାୟ ଯୁବକ ଅଭିନବ ଉପାୟରେ ସେହି ପାଣିର ସଦୁଉପଯୋଗ କରିଛନ୍ତି ।
ଛାତ୍ରବାସ ପାଚେରୀକୁ ଲାଗି ତାଙ୍କର ୪ଏକର ଚାଷଜମି ରହିଛି,ପାଚେରି ନିକଟରେ ଥିବା ଜମିରେ ଚୈତନ୍ୟ ଏକ ପୋଖରୀ ଖୋଳି ନଳକୂପରୁ ପ୍ରଭାହିତ ଜଳକୁ ସେଠାରେ ବନ୍ଧବାନ୍ଧି ରଖି ସେହି ପୋଖରୀ ରେ ଉନ୍ନତମାନର ମାଛ ଚାଷ ଆରମ୍ଭ କରିଦେଇଛନ୍ତି । ତାଙ୍କ ଜମିନିକଟରେ କେନାଲ କିମ୍ବା ଜଳସେଚନର ବ୍ୟବସ୍ଥା ନଥିବାରୁ ପୁବ ର୍ରୁ ବର୍ଷାପାଣିଉପରେ ନିର୍ଭର କରି କେବଳ ଧାନଚାଷ କରୁଥିଲେ । ଅଧାବେଳା ପାଣିଅଭାବରୁ ଧାନଫସଲ ମରୁଡି ହୋଇଯାଉଥିଲା । ଏବେ ଆଉ ସେ ସମସ୍ୟା ନାହିଁ, ନଳକୂପ ଜଳକୁ ପୋଖରୀରେ ଗଛିତ ରଖି ଚୈତନ୍ୟ ଧାନ ଚାଷ କରିବା ସହ ସେହି ଜମିରେ ବାରମାସ ପନିପରିବା ଅନ୍ୟାନ ଫସଲ ଆମଦାନି କରି ବେସ ଦୁଇପଇସା ରୋଜଗାର କରି ସ୍ୱାବଲମ୍ବି ହୋଇ ନିଜପରିବାର ପ୍ରତି ପୋଷଣ କରିବା ସହିତ କରୋନା ମହାମାରି ସମୟରେ ଗାଁର କିଛି ବେକାରି ଯୁବକଙ୍କୁ ଚାଷକାମରେ ଲଗାଇ ସେମାନଙ୍କୁ ରୋଜଗାର କ୍ଷମ କରିପାରିଛନ୍ତି । ଚୈତନ୍ୟ ଙ୍କୁ ଚାଷକାମରେ ପତ୍ନୀ ଦଇମତି ମାଡକାମି ସହଯାଗ କରିଥାନ୍ତି ,ସ୍ୱାମୀ ସ୍ତ୍ରୀ ଭଲ ଧାନ ଚାଷ ସହିତ ପନିପରିବା ସେମାନଙ୍କ ଜମିରୁ ଉତ୍ପନ କରି ନିକଟସ୍ଥ ହାଟବଜାରରେ ବିକ୍ରି କରି ଭଲରୋଜଗାର କରୁଛନ୍ତି । ତାଙ୍କର ପୁଅ ରାଜେନ୍ଦ୍ର ମାଡକାମି ୫ମ ଶ୍ରେଣୀ ରେ ସ୍କୁଲରେ ପାଠପଡୁଥିବା ବେଳେ ଝିଅ ସୁର୍ଯ୍ୟକାନ୍ତି ମାଡକାମି ଅଙ୍ଗନ ଓ୍ୟାର୍ଡିକେନ୍ଦ୍ର ରେ ପାଠପଢୁଛି । ପୁଅକୁ ଉଚଶିକ୍ଷତ କରି ଜଣେ ଆଦର୍ଶ ଶିକ୍ଷକ ଭାବେ ଗଡିତୋଳିବା ପାଇଁ ଚୈତନ୍ୟ ମାଡକାମି ଆଶାରଖିଛନ୍ତି । ନଳକୂଅରୁ ଅନବରତ ବାହାରୁଥିବା ଜଳ କୁ ନଷ୍ଟ ନକରି ଜଣେ ଆଦିବାସୀ ଯୁବକ ଅଭିନବ ଉପାୟରେ ସେ ଜଳକୁ ପୋଖରୀରେ ଗଛିତ ରଖି ବାରମାସ ଯାକ ଚାଷକରି ପାଣିରେ ଧନି ହେବା ଘଟଣା ଆଜିର ସଭ୍ୟଶିକ୍ଷତ ବେକାରୀ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ଏ ସଂପର୍କରେ ତଙ୍ଗଗୁଡା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମ ପ୍ରସାଦ ପଟନାୟକ କୁହନ୍ତି ସେ ଏହି ବଦ୍ୟାଳୟ ରେ ରହିବା ଦିନଠାରୁ ଦେଖି ଆସୁଛନ୍ତି ନଳକୂପ ରୁ ଅନବରତ ଭାବେ ପାଣିବାହାରୁଛି । ବର୍ଷତମାମ ନଳକୂପ ଚଟାଣରୁ ଅନବରତ ବାବେ ପାଣିବାହରୁ ଥିବା ବେଳେ ବର୍ଷାଦିନେ ନଳକୂଅ ମୁହଁବାଟେ ବିନା ହାବିସରେ ପାଣିବାହାରିଥାଏ । ଭୁବନେଶ୍ୱର ଓ ମାଲକାନଗିରି ରୁ ଇନିସକ୍ସେନରେ ବିଦ୍ୟାଳୟକୁ ଆସିଥିବା ବିଭାଗୀୟ ଅଧିକାରୀ ମାନେ ଏହି ନଳକୂପ ରୁ ଆପେ ଆପେ ପାଣିବାହାରୁ ଥିବାର ଦେଖି ଏଠାରେ ଏକ ପାନୀୟ ଜଳ ପ୍ରକଳ୍ପ କରିବା ନିମନ୍ତେ ଇଛାପ୍ରକାଶ କରିଥିବାର ପ୍ରଧନଶିକ୍ଷକ ଶ୍ରୀ ପଟନାୟକ କିହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.