Home ଓଡ଼ିଶା ନରେନ୍ଦ୍ର ମୋଦି ପୂର୍ବ ଭାରତ ଓ ପୂର୍ବୋତ୍ତର ଭାରତର ବିକାଶ ଉପରେ ଦେଉଛନ୍ତି ସର୍ବାଧିକ ଗୁରୁତ୍ୱ...

ନରେନ୍ଦ୍ର ମୋଦି ପୂର୍ବ ଭାରତ ଓ ପୂର୍ବୋତ୍ତର ଭାରତର ବିକାଶ ଉପରେ ଦେଉଛନ୍ତି ସର୍ବାଧିକ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ

257

ଭାରତ ଚାମ୍ବର ଅଫ କମର୍ସର ବାର୍ଷିକ ସାଧାରଣ ବୈଠକରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋଲକାତା, ଭୁବନେଶ୍ୱର, ୧୧ ଜାନୁଆରୀ (ଓଡ଼ିଆ ପୁଅ) – କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ କୋଲକାତା ଠାରେ ଭାରତ ଚାମ୍ବର ଅଫ କମର୍ସର ୧୧୯ତମ ବାର୍ଷିକ ସାଧାରଣ ବୈଠକରେ ଯୋଗ ଦେଇଛନ୍ତି। ଶ୍ରୀ ପ୍ରଧାନ ଏହି ଅବସରରେ ପୂର୍ବ ଭାରତକୁ ଆର୍ଥିକ ଓ ଶିଳ୍ପ ଗତିବିଧିର କେନ୍ଦ୍ର ରୁପେ ଗଢି ତୋଳିବା ପାଇଁ ରୋଡ ମ୍ୟାପ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତ ଓ ପୂର୍ବୋତର ଭାରତର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଆରବ ସାଗରରେ ଗ୍ୟାସ ମିଳିବା ଆଗରୁ ଆସାମରେ ଗ୍ୟାସ ମିଳିଥିଲା। ଆରବ ସାଗରର ଗ୍ୟାସ ଦେଶର ଅଧା ଭାଗକୁ ପହଂଚି ସାରିଥିଲା ବେଳେ ଆସାମର ଗ୍ୟାସ ଗୌହାଟି ଆଗକୁ ଯାଇ ପାରି ନ ଥିଲା। ଏବେ ପ୍ରଧାନମନ୍ତ୍ରୀ ଉର୍ଜା ଗଂଗା ଓ ଇନ୍ଦ୍ରଧନୁଶ ପ୍ରକଳ୍ପ ଜରିଆରେ ଏହି ଅଂଚଳରେ ଗ୍ୟାସ ଭିତିଭୂମିର ବିସ୍ତାର କାମ ଚାଲିଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ରେ ଉତର ପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଛତିଶଗଡରେ ଗ୍ୟାସ ପାଇପଲାଇନ ବିଛାଇବା କାମ ଚାଲିଛି। ଏହା ଦ୍ୱାରା ଏହି ଅଂଚଳରେ ରୋଜଗାର ସୃଜନ ହେବ। ଏହା ଦ୍ୱାରା ଏହି ଅଂଚଳରେ ଇସ୍ପାତ ଶିଳ୍ପକୁ ମଧ୍ୟ ଲାଭ ମିଳିବ କାରଣ କମ ମୂଲ୍ୟରେ ଶସ୍ତା ଓ ସ୍ୱଚ୍ଛ ଇନ୍ଧନ ସେମାନଙ୍କୁ ହାସଲ ହେବ।

ସେ କହିଛନ୍ତି ଯେ ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ୧୬ ଶହ କିମି ବିଶିଷ୍ଟ ଇନ୍ଦ୍ରଧନୁଶ ଗ୍ୟାସ ପାଇପଲାଇନକୁ ମଂଜୁରୀ ଦେଇଛନ୍ତି। ଏହି ଯୋଜନା ଜରିଆରେ ଉତର ପୂର୍ବ ଅଂଚଳ ଗୁଡିକୁ ଯୋଡା ଯିବ। ସେହିପରି ଉତର ପୂର୍ବ ଅଂଚଳରେ ଥିବା ରିଫାଇନାରୀ ଗୁଡିକର କ୍ଷମତା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.