Home ଜିଲ୍ଲା ପରିକ୍ରମା ନମସ୍କାର ପକ୍ଷରୁ ଅମ୍ଳଯାନ କେନ୍ଦ୍ରୀକରଣ ଯନ୍ତ୍ର ପ୍ରଦାନ

ନମସ୍କାର ପକ୍ଷରୁ ଅମ୍ଳଯାନ କେନ୍ଦ୍ରୀକରଣ ଯନ୍ତ୍ର ପ୍ରଦାନ

37

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ପରୀକ୍ଷଣ ଓ ଟିକାକରଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ସଂକ୍ରମିତ ରୋଗୀଙ୍କ ଫୁସଫୁସ ଉପରେ କରୋନା ଗଭୀର ପ୍ରଭାବ ପକାଉଛି । ଫୁସଫୁସ ସଂକ୍ରମିତ ହେଉଥିବାରୁ କୃତ୍ରିମ ଅମ୍ଳଯାନର ବ୍ୟବହାର ବଢିବଢି ଚାଲିଛି । ଗ୍ରାମାଞ୍ଚଳ ମାନଙ୍କରେ ଥିବା ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଅମ୍ଳଯାନ ଯୋଗାଣର ସୁ ବନ୍ଦୋବସ୍ତ କରାଯାଇ ପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ପ୍ରବାସି ଓଡ଼ିଆ ପରିବାର ଏବଂ ଆକ୍ଟ ଇଣ୍ଡିଆ ଫାଉଣ୍ଡେସନ ସହାୟତାରେ ଭଦ୍ରକର ଅଗ୍ରଣୀ ସମାଜିକ ସଙ୍ଗଠନ ନମସ୍କାର ତରଫରୁ ଆଜି ୧ ଗୋଟି ଅମ୍ଳଯାନ କେନ୍ଦ୍ରୀକରଣ ଯନ୍ତ୍ର ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ଦିଆଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିନଟେଣ୍ଡଣ୍ଟ ଡ଼ା ବିଳାସିନୀ ବେହେରା ଏହି ଯନ୍ତ୍ର ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ, ବିପିଏମ ଜୟନ୍ତ ଭୋଇ, ଏଲଏଚଭି ପ୍ରମଦା ନାୟକ ଉପସ୍ଥିତ ଥିଲେ । ବିଶେଷ ଭାବରେ ଏହି ଯନ୍ତ୍ର ଶିଶୁମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ । ଦିଲ୍ଲୀରୁ ଆସିଥିବା ଏହି ଯନ୍ତ୍ରାଂଶକୁ ଭଦ୍ରକ ନମସ୍କାର ସଙ୍ଗଠନର ସଭାପତି ଗୌରାଙ୍ଗ ଚରଣ ବାରିକ, ସମ୍ପାଦକ ବିଶ୍ୱରଞ୍ଜନ ପଣ୍ଡା, ମିଡ଼ିଆ ସଂଯୋଜକ ହେମନ୍ତ ସିଂହ ପ୍ରଦାନ କରିଥିଲେ । ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ, ସମାଜସେବୀ ଅଶୋକ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.