ମାଲକାନଗିରି, ୧ା୩(ଓଡିଆ ପୁଅ ) ମାଲକାନଗିରିର ପୂର୍ବତନ ବିଧାୟକ ତଥା ଭାଜପା ଦଳର ନେତା ମୁକୁନ୍ଦସୋଡି ଆଜି ଭୁବନେଶ୍ୱର ନବୀନ ନିବାସରେ ପହଁଚି ବିଜେଡି ଦଳର ସୁପ୍ରୀମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଜେଡି ଦଳରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ମାନସ ମାଡକାମିଙ୍କ ସହିତ ମାଲକାନଗିରି ଜିଲ୍ଲାର ଶତାଧିକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ବିଜେଡି ଦଳର ହାତ ମୁଠାକୁ ଟାଣକରିବା ପାଇଁ ସଂଙ୍କଳ୍ପ ନେଇଥିଲେ। ମୁକୁନ୍ଦ ସୋଡିଙ୍କୁ ବିଜେଡି ଦଳକୁ ସ୍ୱାଗତ ଜଣାଇ ବିଜେଡି ଦଳପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ ମନ୍ତ୍ରୀ ମାନେ ପରାମର୍ଶ ଦେଇଥିଲେ। ପରେ ବିଧାୟକ ମାନସ ମାଡକାମିଙ୍କ ନେତ୍ୱତ୍ୱରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି, ସରପଂଚ, ବ୍ଲକଚେୟାରମେନ, ସମିତି ସଭ୍ୟ, ବିଜେଡି ଜିଲ୍ଲାକମିଟି ସଦସ୍ୟ, ବ୍ଲକ କମିଟି ସଭାପତି ଓ ପ୍ରାୟ୨୦୦ରୁ ଉର୍ଦ୍ଦ ବିଜେଡି ନେତା କର୍ମୀ ମାନେ ମାଲକାନଗିରି ଜିଲ୍ଲା ଦାଇତ୍ୱରେ ଥିବା ବିଜେଡିର ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନ କୁ ଯାଇ ୨୦୧୯ ସାଧାରଣ ନିର୍ବାଚନରେ ଯେପରି ବିଜେଡି ଦଳ ସଂଖ୍ୟା ଗରିଷ୍ଟତା ହାସଲକରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ଯାକ ବିଧାନସଭା ଆସନ କୁ ଅକ୍ତିଆର କରି ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କ ବୀଜୟ ହେବ ସେନେଇ ଆଲୋଚନାକରି ତାଙ୍କ ଠାରୁ ଗୁରୁ ମନ୍ତ୍ର ହାସଲ କରିଥିଲେ।








