Home Top News ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

ନବି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

109

– କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତରମାନଙ୍କ ରହଣୀ ବାବଦ ଦେୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ଛାଡ
– ପ୍ରଥମ ଲହରିରେ ମଧ୍ୟ ୨ କୋଟି ଟଙ୍କା ଛାଡ଼ ହୋଇଥିଲା

ଭୁବନେଶ୍ୱର ୨୫ ଜୁଲାଇ (ଓଡ଼ିଆ ପୁଅ) କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ଼ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି।

୨୦୨୧ ଏପ୍ରିଲ୍ ୧୨ ତାରିଖ ଠାରୁ ୨୦୨୧ ନଭେମ୍ବର ୨୭ ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ ଟି ରୁମ୍ ଓ ଗୋଟିଏ Dormitory ରେ ମହାନଗର ନିଗମର ଡାକ୍ତର ଓ ନର୍ସଙ୍କ ମାନେ ଦୀର୍ଘ ୭ ମାସରୁ ଅଧିକ ସମୟ ରହି Covid ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତ୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ଲହରୀ ସମୟରେ ମଧ୍ୟ ନବୀ ମୁମ୍ୱାଇ ମହାନଗର ନିଗମର ୨ କୋଟି ୧୬ ହଜାର ଟଙ୍କା ଛାଡ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.