Home ଜିଲ୍ଲା ପରିକ୍ରମା ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜନିତ କ୍ଷୟକ୍ଷତି ଓ ବର୍ଷାର ପରିମାଣ ଆକଳନ

ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜନିତ କ୍ଷୟକ୍ଷତି ଓ ବର୍ଷାର ପରିମାଣ ଆକଳନ

18

ନବରଙ୍ଗପୁର ୧୫.୦୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଅଛି। ଜିଲ୍ଲାର ଦଶ ଗୋଟି ବ୍ଲକ ମଧ୍ୟରୁ ଆଠୋଟି ବ୍ଲକ ର ୮୩ ପଞ୍ଚାୟତର ୧୩୪ ଟି ଗ୍ରାମ ପ୍ରବାହିତ ହୋଇଛି। ଜିଲ୍ଲାର ନବରଙ୍ଗପୁର ବ୍ଲକ ର ୧୬୭.୦, ନନ୍ଦାହାଣ୍ଡି ୧୪୯.୦, ତେନ୍ତୁଳଖୁଣ୍ଟି ୧୬୪.୦, ପାପଡ଼ାହାଣ୍ଡି ୧୯୫.୦, କୋଷାଗୁମୁଡ଼ା ୧୭୧.୨, ଡାବୁଗାଁ ୨୧୩.୩, ଉମରକୋଟ ୧୨୬.୦, ରାଇଘର ୮୭.୦, ଝରିଗାଁ ୧୨୮.୪, ଚନ୍ଦାହାଣ୍ଡି ୯୩.୦ ବୃଷ୍ଟିପାତ ରେକର୍ଡ ହୋଇଅଛି। ସର୍ବମୋଟ ଜିଲ୍ଳାରେ ୧୪୬୬.୯ ମିଲି ମିଟର ବର୍ଷା ହୋଇଅଛି। ପ୍ରାରମ୍ଭିକ ଆକଳନରୁ ଜିଲ୍ଲାରେ ୩୯୦ କଚା ଘର ଆଂଶିକ ଭାବରେ ଭାଙ୍ଗି ଥିବାର ଆକଳନ କରାଯାଇଛି। ସେହିପରି ଲୋକଙ୍କୁ ତୁରନ୍ତ ୩୯୦ ଟି ଜରି ବଣ୍ଟା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.