Home ଓଡ଼ିଶା ଜଙ୍ଗଲ ଜମି ଅଧିକାରକୁ ନେଇ ବିବାଦ ଘଟଣା : ଭୟରେ ଗ୍ରାମ ଛାଡିଲେ ଗ୍ରାମବାସୀ

ଜଙ୍ଗଲ ଜମି ଅଧିକାରକୁ ନେଇ ବିବାଦ ଘଟଣା : ଭୟରେ ଗ୍ରାମ ଛାଡିଲେ ଗ୍ରାମବାସୀ

49

ନବରଙ୍ଗପୁର ୧୬-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ସୁରକ୍ଷା ଓ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ପହଞ୍ଚିଲେ ଆକ୍ରୋଶର ଶିକାର ହୋଇଥିବା ତିନି ଗାଁ ବାସୀ। ଜଙ୍ଗଲ ଜମି ଅଧିକାରକୁ ନେଇ ତୁମୁଳ କାଣ୍ଡ, ଭୟରେ ଗାଁ ଛାଡିଛନ୍ତି ଗ୍ରାମବାସୀ। ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ସାଙ୍ଘାତିକ ଖବର। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଂଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗ୍ରାମରେ ଜଙ୍ଗଲ ଜମି ଅଧିକାରକୁ ନେଇ କପସାଭଟା ଗ୍ରାମରେ ଗୋଟିଏ ଘର ପୋଡିବା ସହ ୩୦ ଏକର ରୁ ଉର୍ଦ୍ଧ୍ୱ ମକା ଚାଷ ଜମିକୁ ନଷ୍ଟ କରିଦେଲେ ନିକଟସ୍ଥ ସିରିଲିଗୁଡ଼ା, କୁସୁମଗୁଡ଼ା, କସରାଭଟା ଭଳି ଆଠ ଖଣ୍ଡ ଗ୍ରାମର ଲୋକେ। ଯାହାକୁ ନେଇ ଭୟଭୀତ ହୋଇ କପସାଭଟା ର ୫୦ ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କପସାଭଟା ଗ୍ରାମରୁ ଚାଲି ଚାଲି ଉମରକୋଟ ଆସିବା ପରେ ବସ ଦ୍ୱାରା ନବରଙ୍ଗପୁରକୁ ଆସିଛନ୍ତି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ସେମାନେ ସ୍ଥାନୀୟ ଭତ୍ରା ଭବନ ଠାରେ ଥିବା ସୂଚନା ପାଇବା ପରେ ନବରଙ୍ଗପୁର ଏଡିଏମଓ କରୁଣାକର ରାଇକା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ଏସିଏଫଓ ଧନୁର୍ଜୟ ମହାପାତ୍ର ପହଞ୍ଚି ଆଲୋଚନା କରିଥିଲେ। ଅଧିକାରୀ ମାନଙ୍କ ସମ୍ମୁଖରେ ସେମାନେ ମୁଖ୍ୟତଃ ୩ ଟି ଦାବି ରଖିଛନ୍ତି। ସେମାନଙ୍କ ଦାବି ହେଉଛି – ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରାଯାଉ, କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦିଆଯାଉ ଓ ବିବାଦ ର ସ୍ଥାୟୀ ସମାଧାନ କରାଯାଉ। ଯଦି ଏସବୁ ଦାବିଗୁଡିକ ପ୍ରଶାସନ ପକ୍ଷରୁ ପୂରଣ କରାନଯାଏ, ତାହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ପୀଡିତ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.