Home ଜିଲ୍ଲା ପରିକ୍ରମା ନବବଧୂକୁ ନିର୍ଯ୍ୟାତନା ଅଭିଯୋଗ, ଅଭିଯୁକ୍ତକୁ ଗିରଫ ଦାବିରେ ମହିଳା ସଙ୍ଗଠନର ଦାବିପତ୍ର

ନବବଧୂକୁ ନିର୍ଯ୍ୟାତନା ଅଭିଯୋଗ, ଅଭିଯୁକ୍ତକୁ ଗିରଫ ଦାବିରେ ମହିଳା ସଙ୍ଗଠନର ଦାବିପତ୍ର

26

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଦେଓପଦା ଗ୍ରାମର ନବବଧୂ ଗୀତାରାଣୀ ରାଉତ ଓରଫ ସ୍ୱାଇଁଙ୍କୁ ମରଣାନ୍ତକ ମାଡମାରିବା ଅଭିଯୋଗର ଅଭିଯୁକ୍ତ ସ୍ୱାମୀ ପ୍ରମୋଦ କୁମାର ରାଉତ, ଶାଶୁ ଅନୁପମା, ବଡଯାଆ ପୂର୍ଣ୍ଣିମାଙ୍କୁ ଗିରଫ ଦାବିରେ ମହିଳା ସଙ୍ଗଠନ ପକ୍ଷରୁ ଥାନାରେ ଦାବିପତ୍ର ପ୍ରଦାନ କରାଯାଇଛି। ଭଦ୍ରକ ନାରୀଶକ୍ତି ମଞ୍ଚର ସଭାନେତ୍ରୀ ତୃଷାରାଣୀ ପାଢୀ, ସମ୍ପାଦିକା ହରପ୍ରିୟା ଜେନା, ସଦସ୍ୟା ମଧୁସ୍ମୀତା ଦାସ, ମୀତାରାଣୀ ବିଶ୍ୱାଳ, ଶକୁନ୍ତଳା ସ୍ୱାଇଁ, ଗୀତରାଣୀ ବିଶ୍ୱାଳ ପ୍ରମୁଖ ମାମଲାର ତଦନ୍ତକାରୀ ଅଧିକାରୀ ସବ୍‌ଇନିସପେକ୍ଟର ଅନୁରାଗ ମହାନ୍ତିଙ୍କୁ ଏଥିନେଇ ଦାବିପତ୍ର ପ୍ରଦାନ କରିଥିଲେ। ଆମାଗୀ ଦୁଇଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଳି ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ କେଉଁଝର ଜିଲ୍ଲା ନନ୍ଦିପଦା ଥାନା ବାହାରିପୁର ଗାମର ନାରାୟଣ ସ୍ୱାଇଁଙ୍କ ଝିଅ ଗୀତାରାଣୀ ଗତ ଜୁଲାଇ ମାସ ୧୪ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ନଗଦ ଲକ୍ଷେକୋଡିଏ ହଜାର ଟଙ୍କା, ସୁନା ଓ ରୂପା ଗହଣା, ବୈଦୁତିକ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଯୌତୁକ କନ୍ୟାପିତା ବରକୁ ଦେଇଥିଲେ। ବିବାହ ସାତ ଦିନରେ ଗିତାରାଣୀଙ୍କ ଉପରେ ଅଧିକ ଯୌତୁକ ପାଇଁ ଆକ୍ରମଣ କରାଯାଇଥିଲା। ଭାଉଜ ସହ ଅନୈତିକ ସମ୍ପର୍କ ଯୋଗୁଁ ପ୍ରମୋଦ ଗିତାରାଣୀକୁ ଅଧିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଦର୍ଶାଇଥିଲେ। ଏପରିକି ନିର୍ଯ୍ୟାତନା ସମ୍ପର୍କରେ କନ୍ୟାପିତାଙ୍କ ପକ୍ଷରୁ ବହୁବାର ବୁଝାମଣା ଉଦ୍ୟମ ବିଫଳ ମଧ୍ୟ ହୋଇଥିଲା। ଗୀତାରାଣୀକୁ ସ୍ୱାମୀ, ଶାଶୁ ଓ ବଡଯାଆ ମୁହଁରେ ତକିଆ ପକାଇ ମାରିଦେବାକୁ ଉଦ୍ୟମ କରୁଥିଲେ। ସେ ଚିତ୍କାର କରିବାକୁ ଛାଡିଦେଲେ ବୋଲି ଥାନାରେ ଅଭିଯୋଗ କରିଥିଲେ। ଗିତାରାଣୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଥାନାରେ ୨/୨୨ ନଂ ମାମଲା ତିନି ଅଭିଯୁକ୍ତଙ୍କ ନାମରେ ବିଳମ୍ବରେ ଋଜୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.