Home ଜିଲ୍ଲା ପରିକ୍ରମା ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର , ମଦ ଦୋକାନ ପାଇଁ ସୁପାରିଶକାରୀ ମହିଳାଙ୍କ...

ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର , ମଦ ଦୋକାନ ପାଇଁ ସୁପାରିଶକାରୀ ମହିଳାଙ୍କ କାର୍ଯ୍ୟ ନାରୀ ଜାତି ପାଇଁ କଳଙ୍କ – ଏନ୍‌ୱାଇସିଏସ୍‌

59

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ସଂପୂର୍ଣ୍ଣ ନିଶାମୁକ୍ତ ସମାଜ ଗଠନ, ମହିଳାଙ୍କ ସୁରକ୍ଷା ପାଇଁ ମଦ ବନ୍ଦ ହେବା ଏବଂ ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳର ରା’ ପିତା ଠାରେ ପ୍ରସ୍ତାବିତ ଠିପି ଖୋଲା ମଦ ଦୋକାନ ସ୍ଥାନାନ୍ତର ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିସହ ଉପରୋକ୍ତ ମଦ ଦୋକାନ ହେବା ପାଇଁ ସଂପୃକ୍ତ ଦୋକାନୀର ପ୍ରରୋଚନାରେ ଗତକାଲି ଜିଲାପାଳ ଓ ଅବକାରୀ ଅଧୀକ୍ଷକଙ୍କୁ ଭେଟିଥିବା ଅର୍ଥଲୋଭୀ ମହିଳାଙ୍କ ଅଶୋଭନୀୟ କାର୍ଯ୍ୟକୁ ତୀବ୍ର ନିନ୍ଦା କରି ଏହା କେବଳ ଭଦ୍ରକ ନୁହେଁ, ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଘୋର ଲଜ୍ଜାକର ଘଟଣା ବୋଲି ଗଣମାଧ୍ୟମକୁ କହିଛନ୍ତି । ବିଶେଷକରି ଧାମନଗର ବିଜ୍ଞାପିତ ଅଂଚଳରେ ଖୋଲାଯାଉଥିବା ଠିପିଖୋଲା ମଦ ଦୋକାନର ଚତୁଃର୍ପାଶ୍ୱର୍ରେ ବହୁ ଧର୍ମାବଲମ୍ବୀଙ୍କ ଧର୍ମପୀଠ ଥାଇ ଧାମନଗର ପୀର ବାବା ହଜୁର ମୋଜାହିଦେ ମିଲତଙ୍କ ପୀଠକୁ ଯିବାଆସିବା ପାଇଁ ଦ୍ୱିତୀୟ ମୁଖ୍ୟ ତଥା ନିରାପଦ ରାସ୍ତା ଅଟେ । ଏହି ସ୍ଥାନଟି ଧାମନଗର, ଚୂଡାକୁଟି ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ରାସ୍ତାର ଐତିହାସିକ ପୋଖରୀ ନିକଟବର୍ତ୍ତୀ ଅଟେ । ଏହାର ମାତ୍ର ଅଳ୍ପ ଦୂରରେ ଏକ ଗୁରୁକୂଳ ଶିକ୍ଷାଶ୍ରମ ରହିଛି । ଏକ ଗୌଡିୟ ମଠ ଓ ମନ୍ଦିର ଥିବାରୁ ବହୁ ଭଦ୍ର ପରିବାର ସେଠାରେ ଜମି କଣି ସ୍ଥାୟୀ ଗୃହ ନିର୍ମାଣ କରିଛନ୍ତି । ସ୍କୁଲ ଓ କଲେଜକୁ ଯିବା ପାଇଁ ଏହି ରାସ୍ତା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନୁକୂଳ ପଥ ହୋଇଥିବାବେଳେ ଭଦ୍ରକ ଯିବା ଆସିବା ପାଇଁ କମ୍ ଦୂରତା ସହ ସୁରକ୍ଷିତ ଅଟେ । ଏଣୁ ଏଭଳି ଏକ ସ୍ଥାନରେ ଉପରୋକ୍ତ ମଦ ଦୋକାନଟିକୁ ନ ବସାଇ ଅନ୍ୟତ୍ର କରାଗଲେ ତାହା ଧାମନଗର ବାସୀଙ୍କ ପାଇଁ ଉଚିତ୍ ସମ୍ମାନ ହେବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି । ଏବଂ ଜିଲାପାଳ ଡ. ଜ୍ଞାନ ଦାସ ଏ ଦିଗରେ ଉଚିତ୍ ପଦକ୍ଷେପ ନେବାର ସଂଘ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.