Home କନ୍ଧମାଳ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ

ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ

139

ବାଲିଗୁଡା, ୨୨/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ଗୃହେ ଗୃହେ ଯଜ୍ଞ ବର୍ଷ ଏବଂ ଶକ୍ତିପୀଠ ବାର୍ଷିକ ଉତ୍ସବ ଉପଲକ୍ଷେ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ତିନି ଦିନ ଧରି ଅନୁଷ୍ଠିତ ହେବା ପରେ ବୁଧବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ପ୍ରଥମଦିନ ସକାଳେ ଗାୟତ୍ରୀ ପରିବାରର ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା କରାଯାଇ ସମଗ୍ର ସହର ପରିକ୍ରମା କରାଯାଇ ସନ୍ଧ୍ୟା ରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦ୍ୱିତୀୟ ଓ ତୃତୀୟ ଦିବସରେ ପଞ୍ଚକୋଷ ଜାଗରଣ ଧ୍ୟାନ ପ୍ରଜ୍ଞାଯୋଗ ସହ ବିଶ୍ୱ କଲ୍ୟାଣ ନିମନ୍ତେ ବିଭିନ୍ନ ସଂସ୍କାର ଯଥା, ପୁଂସବନ, ନାମକରଣ, ଅନ୍ନପ୍ରାସନ, ବିଦ୍ୟାରମ୍ଭ ବ୍ରତୋପନୟନ ଓ ଦୀକ୍ଷା, ସଂସ୍କାର ବିନୋଦୟ ପ୍ରଭୁତି କରାଯାଇଛି। ଶେଷରେ ଯଜ୍ଞ ସଂସ୍କାର ପୂର୍ଣ୍ଣାହୁତି ଓ ଟୋଲି ବିଦାୟ କରି ସମାପନ କରାଯାଇଥିଲା ଏଥିରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣ ରୁ ଶତାଧିକ ଗାୟତ୍ରୀ ଭକ୍ତ ଯୋଗ ଦେଇଥିଲେ। ଏହି ତିନି ଦିନିଆ ଯଜ୍ଞରେ କନ୍ଧମାଳ ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଦିଗାଲଙ୍କ ଧ୍ଵଜ ଉତ୍ତୋଳନ କରିବା ସହ ଭୁବନେଶ୍ୱର ଗାୟତ୍ରୀ ପରିବାରରୁ ଆସିଥିବା ଦିବ୍ୟଶ୍ରୀ, ମଞ୍ଜୁଶ୍ରୀ, ସୁମତି, ଜୟନ୍ତ, ତ୍ରିଲୋଚନ ପ୍ରମୁଖ ଆସି ପ୍ରବଚକ ଭାବେ ଦେଇଥିଲେ। ଏଥିରେ ସ୍ଥାନୀୟ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.