Home କେନ୍ଦୁଝର ନନ୍ଦିପଦା ଥାନା ଅଞ୍ଚଳରେ ଧଳା ଜହର କାରବାର ବୃଦ୍ଧି, ଯୁବପିଢ଼ୀ ବିପଥଗାମୀ

ନନ୍ଦିପଦା ଥାନା ଅଞ୍ଚଳରେ ଧଳା ଜହର କାରବାର ବୃଦ୍ଧି, ଯୁବପିଢ଼ୀ ବିପଥଗାମୀ

54

ହାଟଡ଼ିହି, ୧୧/୬ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଏବେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଇଛି । ଗତ କିଛିଦିନ ଧରି ନନ୍ଦିପଦା ଥାନା ଅଞ୍ଚଳର କିଛି ନିଦ୍ଦିଷ୍ଟ ସ୍ଥାନରେ ଏହି ବ୍ରାଉନସୁଗାର କାରବାର ହେଉଥିବାବେଳେ ଏହାଦ୍ୱାରା ଯୁବପିଢ଼ୀ ବିପଥଗାମୀ ହେଉଛନ୍ତି । ଏହି ଧଳା ଜହର ବାଲେଶ୍ୱର ଓ କଲିକତା ଅଞ୍ଚଳରୁ ଏଠାକୁ ଆସୁଥିବାବେଳେ ‘ପାଓ ୩୦୦’ ନାମରେ ଏହା ନାମିତ ହୋଇଛି । ଯାହାର ଦାମ ୩୦୦ଟଙ୍କାରେ ବିକ୍ରୀ ହେଉଛି । ବିଶେଷକରି ଯୁବ ପିଢ଼ୀ ଓ କିଛି ଅସାମାଜିକ ଯୁବକ ଏହି ପାଓ ୩୦୦ ବ୍ୟବହାର କରି ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏବେ ଗାଁ ଗହଳିରେ ଥିବା ଛୋଟ କାଟିଆ ପାନ ଦୋକାନ ମାନଙ୍କରେ ଏହା ଯୋର ସୋରରେ ବିକ୍ରି ହେଉଥିବା ଶୁଣିବାକୁ ମିଳୁଛି । ଏଥିପାଇଁ ସ୍ୱତନ୍ତ୍ର ର‌୍ୟାକେଟ କାମ କରୁଥିବାବେଳେ ସେମାନେ ଏହି ବ୍ରାଉନସୁଗାରକୁ ଆଣି ଗାଁ ଗହଳିରେ ଥିବା ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଇ ମାଲୋମାଲ ହେଉଥିବା ଜଣାଯାଇଛି । ପୁଲିସ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମି ଦିନରେ ଏହା ଏ ଅଞ୍ଚଳରେ ଭୟାନକ ପରିସ୍ଥିତି ସୃଷ୍ଟି କରିବ ଓ ଅଞ୍ଚଳର ସମଗ୍ର ଯୁବ ସମାଜ ବିପଥଗାମୀ ହୋଇପଡିବେ ଓ ବିଭିନ୍ନ ସ୍ଥାନରେ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.