Home କୋରାପୁଟ ନନ୍ଦପୁର ଓ ପଟ୍ଟାଙ୍ଗୀ ଅବକାରୀ ବିଭାଗର ଚଢାଉ ,୩ ଗିରଫ

ନନ୍ଦପୁର ଓ ପଟ୍ଟାଙ୍ଗୀ ଅବକାରୀ ବିଭାଗର ଚଢାଉ ,୩ ଗିରଫ

58

କୋରାପୁଟ ୧୨-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ନନ୍ଦପୁର ଓ ପଟ୍ଟାଙ୍ଗୀ ଅବକାରୀ  ବିଭାଗର ଚଢାଉରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ନନ୍ଦପୁର ଓଆଇସି ତ୍ରୀନାଥ ଚିନ୍ତାଗଡ ସୂଚନା ଦେଇଛନ୍ତି ।ମାଛକୁଣ୍ଡ ଥାନା ଅନ୍ତର୍ଗତ ଗୁନେଇପଡା ଗ୍ରାମରେ ଏକ ନମ୍ବର ବିହୀନ ମଟରସାଇକେଲକୁ ଅଟକାଇ ୨୪ ଗୋଟି ବିଅର ଓ ୯ ଗୋଟି ବୋକାର୍ଡି ଲେମନ ମଦ ଜବତ କରିବା ସହ ମୃତ୍ୟୁଞୟ କୁମାର ଯାଦବ ଓ ଶୁଭମ କୁମାର ସିଂଙ୍କୁ ଗିରଫ କରିଥିଲେ ।କଣ୍ଡା ଗୁମାରୀଙ୍କ ଘରେ ଚଢାଉ କରି୨୭୩୦୦ ଲିଟର ଆଇଏମଏଫଏଲ ଓ ୧୭୩୪୦୦ ଲିଟର ବିଅର ମଦ ଜବତ କରିଥିଲେ । କଣ୍ଡା  ଡୁମାରୀଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ନନ୍ଦପୁର ଅବକାରୀ ବିଭାଗର ଏଏସଆଇ ପ୍ରତିମା ବେହେରା କନେଷ୍ଟବଲ ଅମରନାଥ ବିଷୋୟୀ , ପଟ୍ଟାଙ୍ଗୀ ଅବକାରୀ ବିଭାଗର ଏଏସଆଇ ସଂଜୟ କୁମାର ପ୍ରଧାନ , କନେଷ୍ଟବଲ ପ୍ରସନ୍ନ ଗୈାଡ,ଦେବେନ୍ଦ୍ର ଖରା ଓ ଗୀତାରାଣୀ ଦଳପତି ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.