Home କୋରାପୁଟ ଆନ୍ଧପ୍ରେଦେଶର ପାର୍ବତୀପୁରମ ଉପଜିଲ୍ଲାପାଳଙ୍କ ନେରେଡିବାଲସା ମନ୍ଦିର ପରିଦର୍ଶନ

ଆନ୍ଧପ୍ରେଦେଶର ପାର୍ବତୀପୁରମ ଉପଜିଲ୍ଲାପାଳଙ୍କ ନେରେଡିବାଲସା ମନ୍ଦିର ପରିଦର୍ଶନ

82

କୋରାପୁଟ ୧୨-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତର ନେରେଡିବାଲସାରେ ପତିତପାବନ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହେବା ପରେ ଆନ୍ଧ୍ରର ଦାଦାଗିରିକୁ ଜିଲ୍ଲାର ଜନସାଧାରଣରେ ଉଦବେଗ ପ୍ରକାଶ ପାଇଥିବା ଜଣାପଡିଛି ।କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ନେରେଡିବାଲସାରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଫେରିବା ପରେ ସାଲୁର ତହସିଲଦାର ଭେଟି ଯୁକ୍ତିତର୍କ କରିବା ସହ ମନ୍ଦିର ନିର୍ମାଣ ବନ୍ଦ କରିବାକୁ କହିଥିଲେ ବୋଲି ଜଣାପଡିଛି ।ଏହାପରେ ଗଦାଧର ପରିଡାଙ୍କ ନାମରେ ଏକ କେସ କରିବା ନିମନ୍ତେ ସାଲୁର ବିଧାୟକ  ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଶ୍ରୀ ପରିଡା ପ୍ରକାଶ କରିଛନ୍ତି ।ମନ୍ଦିର ନିର୍ମାଣରେ ସାଲୁର ବିଧାୟକଙ୍କ କଣ ଅସୁବିଧା ହେଉଛି ବୋଲି ସେ ପ୍ରକାଶ କରିବା ସହ ମନ୍ଦିର ନିର୍ମାଣକୁ ଗ୍ରାମବାସୀ ସ୍ୱାଗତ କରିବା ସହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ ବୋଲି ସେ ସୂଚନା ଦେଇଛନ୍ତି ।ଆସନ୍ତାକାଲି କୋଟିଆରେ ରଥଯାତ୍ରା ଉତ୍ସବ ପାଳନ କରାଯିବ ଓ ସେଠାରୁ ଆଜ୍ଞାମାଳ ଅଣାଯାଇ ନେରେଡିବାଲସା ପତିତପାବନ ମନ୍ଦିରରେ ପୂଜାଅର୍ଜନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ସମୟ ଆସିଛି ଓଡିଆମାନେ ଏକଜୁଟ ହୋଇ ଉତ୍କଳଜନନୀଙ୍କ ସ୍ୱାର୍ଥତ୍ୟାଗର ସଂକଳ୍ପ ନେବାକୁ ସାମାଜିକ ଗଣମାଧ୍ୟମରେ ଶ୍ରୀ ପରିଡା ଓଡିଆବାସୀଙ୍କୁ ନିବେଦନ କରିଛନ୍ତି । ଆନ୍ଧ୍ରର ଏପରି ଦାଦାଗିରିକୁ ସାଧାରଣରେ ନାପସନ୍ଦ କରାଯାଇଛି ।ଆଜି ପାର୍ବତୀପୁରମ ଉପଜିଲ୍ଲାପାଳ ଭାବନା ନେରେଡିବାଲସା ମନ୍ଦର ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ଫେରିଯାଇଥିବା  ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.