Home ଓଡ଼ିଶା ନଦୀ କୂଳରେ ପିଲାଙ୍କ ଭବିଷ୍ୟତ

ନଦୀ କୂଳରେ ପିଲାଙ୍କ ଭବିଷ୍ୟତ

99

ବ୍ରହ୍ମପୁର,୩୦/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ବିପଦ ସଙ୍କୁଳ ଅବସ୍ଥା ରେ ଏବେ କୁନି ପିଲାଙ୍କ ଭବିଷ୍ୟତ । ବିଦ୍ୟାଳୟର ଦୁଇ ପାର୍ଶ୍ୱରେ ନଦୀଟିଏ  ବୋହିଯାଇଥିବା ବେଳେ ବିଦ୍ୟାଳୟର ପାଚେରୀ ମଧ୍ୟ ନାହିଁ । ଯାହା ଫଳରେ ନଦୀର ବର୍ଷା ଜଳ ଆସିଲେ ବିଦ୍ୟାଳୟ ବାରଣ୍ଡାକୁ ଛୁଉଁଛି ।  ଏଭଳି ଅବସ୍ଥାରେ  କ’ଣ ହବ ତାହା କେହି କହିପାରିବେ ନାହିଁ ।

ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀରେ ପ୍ରାୟ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଢୁଥିବା ଏହି ବିଦ୍ୟାଳୟରେ ପାଚେରି ନଥିବା କାରଣ ରୁ ନଦୀ ଜଳସମସ୍ୟା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.