Home ଓଡ଼ିଶା ଆଜି ରାଜ୍ୟସଭାରେ ଆଗତ ହେବ ତିନ୍ ତଲାକ୍ ବିଲ୍

ଆଜି ରାଜ୍ୟସଭାରେ ଆଗତ ହେବ ତିନ୍ ତଲାକ୍ ବିଲ୍

93

ନୂଆଦିଲ୍ଲୀ,୩୦/୭,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ରାଜ୍ୟସଭାରେ ଟ୍ରିପଲ ତଲାକ୍‌ ବିଲ୍‌କୁ ସମର୍ଥନ କରିବ ବିଜେଡି ।ଏ ନେଇ ଆଜି ଏକ ଜାତୀୟ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ଆଜି ରାଜ୍ୟସଭାରେ ଆଗତ ହେବ ଟ୍ରିପଲ ତଲାକ୍‌ ବିଲ୍‌ । ଗୃହରେ ଉପସ୍ଥିତ ରହିବାକୁ ସାଂସଦଙ୍କୁ ହ୍ୱିପ୍‌ ଜାରି କରିଛି ବିଜେପି ।ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ଏହାକୁ ଆଣିବେ କେନ୍ଦ୍ର ସରକାର ।

 

ଏହା ଉପରେ ଭୋଟିଂ ପାଇଁ ଶାସକ ବିଜେପି , ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି । ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା ।

ପତ୍ନୀଙ୍କୁ ତିନି ଥର ତଲାକ କହି ତଲାକ୍ ଦିଆଯାଉଥିବା ବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ଆଇନ୍ ଆଣିଛନ୍ତି, ଯେଉଁଥିରେ ଦୋଷୀଙ୍କୁ ୩ ବର୍ଷ ଯାଏଁ ଦଣ୍ଡର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.