Home ଓଡ଼ିଶା ନଦୀରେ ସୁଅରେ ଭାସିଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାରକଲେ ସ୍ଥାନୀୟ ଯୁବକ

ନଦୀରେ ସୁଅରେ ଭାସିଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାରକଲେ ସ୍ଥାନୀୟ ଯୁବକ

32

ପୁରୀ ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରନ୍ତା ଭାର୍ଗବୀ ନଦୀ ସୁଅରେ ଭାସିଯାଉଥିବା ସୁଅରେ ଜଣେ ବୃଦ୍ଧାଙ୍କୁ ସୁଆଣ୍ଡୋ ବ୍ରିଜ ନିକଟରୁ ସ୍ଥାନୀୟ ବଳପୁର ଗ୍ରାମର ୨ଜଣ ନାଉରିଆ ଓ ଯୁବକ ମାନେ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରିଛନ୍ତି। ତାଙ୍କ ଘର ବଳଙ୍ଗା ଥାନା ଅଞ୍ଚଳ ବାଲିଗାଁର ସ୍ବର୍ଗତ ଜଦୁଆ ଵେହେରାଙ୍କ ପତ୍ନୀ କନକ ଵେହେରା (୬୩) ବର୍ଷ ବୋଲି ଜଣାପଡିଛି। ନଦୀ ବନ୍ଧ ଉପରୁ ଭାର୍ଗବୀ ର ବନ୍ୟା ପରିସ୍ଥିତି ଦେଖୁଥିବା କିଛି ସ୍ଥାନୀୟ ଯୁବକ ଏହି ଵୃଦ୍ଧା ନଦୀ ସୁଅରେ ଭାସି ଯାଉଥିବା ଦେଖିବା କ୍ଷଣି ଵନ୍ଧ ଉପରେ ହୋହଲ୍ଲା କରି ତାଙ୍କୁ ନୀରିକ୍ଷଣ କରି ପିଛା କରିଥିଲେ। ବଳପୁର ଘାଟରେ ଡ଼ଙ୍ଗା ରଖିଥିବା ସେହି ଗ୍ରାମର ନାଉରିଆ ଧବଳେଶ୍ୱର ବେହେରା ଓ ବ୍ରଜକିଶୋର ବେହେରା ଏହି ଅଘଟଣ ଦେଖି ଯୁବକ ମାନଙ୍କ ସହ ସୁଅ ମୁହଁରେ ଭାସୀଯାଉଥିବା ଵୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଡକାଇ ଉଦ୍ଧାର ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ପଠାଇ ଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି। ଖବର ପାଇ ତାଙ୍କ ପୁଅ ସନାତନ ସାକ୍ଷୀଗୋପାଳ ଡାକ୍ତରଖାନାରେ ପହଞ୍ଚି ମା’ ଙ୍କୁ ଘରକୁ ନେଇଛନ୍ତି। ଛତାଟିଏ ଧରି ନଈକୂଳକୁ ଆସିଥିଲେ ବୋଲି ଵୃଦ୍ଧା ଜଣକ କହୁଥିବା ବେଳେ କିପରି ସୁଅ ମୁହଁ କୁ ଗଲେ ଜାଣିନଥିବା କହିଛନ୍ତି। କେଉଁ ସ୍ଥାନରେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ତେଵେ ପୁରନ୍ତା ନଈ ସୁଅରୁ ଵୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସାହସର ସହ ଆଗେଇ ଆସିଥିବା ନାଉରିଆ ଏବଂ ଯୁବକ ମାନଙ୍କୁ ବଳପୁର, ସୂଆଣ୍ଡୋ ଆଦି ଆଖପାଖ ଗ୍ରାମର ଲୋକେ ସାବାସି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.