Home Top News ଓଡ଼ଗାଁ ନବନିର୍ମିତ କୋର୍ଟକୁ ଉଦ୍‌ଘାଟନ କଲେ ସୁପ୍ରିମକୋର୍ଟ ବିଚାରପତି

ଓଡ଼ଗାଁ ନବନିର୍ମିତ କୋର୍ଟକୁ ଉଦ୍‌ଘାଟନ କଲେ ସୁପ୍ରିମକୋର୍ଟ ବିଚାରପତି

62

ନୟାଗଡ଼, ୧୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ନବନିର୍ମିତ କୋର୍ଟକୁ ଉଦ୍‌ଗାଟନ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଭିନିତ୍ ଶରନ୍। ଏହି ଉଦ୍‌ଘାଟନ ଉତ୍ସବରେ ଯୋଗଦେଇଥିଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧରନ୍। ସୁପ୍ରିମକୋର୍ଟ ବିଚାରପତି ଶ୍ରୀଯୁକ୍ତ ଶରନ୍ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ମୁରଲୀଧରନ୍ ପୂର୍ବାହ୍ନରେ ନୟାଗଡ଼ ସର୍କିଟ୍ ହାଉସ୍ ଠାରେ ପହଂଚିବା ପରେ ପ୍ରଥମେ ପ୍ରସିଦ୍ଧ ଶୈବପୀଠ ଶରଣକୁଳର ପ୍ରଭୁ ଲଡୁବାବା ଓ ପରେ ଓଡ଼ଗାଁର ଶ୍ରୀରଘୁନାଥଙ୍କୁ ଦର୍ଶନ କରିବା ପରେ ମଧ୍ୟାହ୍ନରେ ଓଡ଼ଗାଁର ନବନିର୍ମିତ ସିଭିଲ୍ କୋର୍ଟକୁ ଉଦ୍‌ଘାଟନ କରିଥିଲେ। ଏଥିପାଇଁ ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.