Home ଓଡ଼ିଶା ନଦୀରେ ଭାଷୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ନଦୀରେ ଭାଷୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

486

ହାଟଡ଼ିହି-୫/୪, ହାଟଡିହି ବ୍ଲକ ଶାଳନ୍ଦୀ ନଦୀର ଗୋହୀରାବଣି ନିକଟରେ ଜଣେ ଯୁବକଙ୍କ ମୃତଦେହ ଭାଷୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନରେ ଗୋହିରାବଣି ନିକଟରେ ଶାଳନ୍ଦୀ ନଦୀରେ ଏକ ମୃତଦେହ ଭାଷୁଥିବା ନେଇ ପ୍ରଚାର ହୋଇଥିଲା । ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଟଡିହି ଦମକଳ ବାହିନୀ ସହଯୋଗରେ ମୃତଦେହକୁ ଉଦ୍ଧାର କରି କୁଳକୁ ଆଣିଥିଲେ । ମୃତ ଦେହଟି ଜଣେ ଯୁବକର ବୋଲି ଜଣାଯାଉଥିବାବେଳେ ସେ ନାଲି ରଙ୍ଗର ଏକ ବାନିୟନ ଓ ଏକ ହାଫ ପ୍ୟାଣ୍ଟ ପିନ୍ଧିଛି । ଯୁବକର ବୟସ ୩୦ରୁ ୩୫ବର୍ଷ ଭିତରେ ହୋଇଥିବା ଅନୁମାନ କରାଯାଉଛି । କେହି ଉକ୍ତ ଯୁବକକୁ ହତ୍ୟା କରି ଏଠାରେ ଫେ।।ଡି ଦେଇଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତିର ପରିଚୟ ମିଳିପାରି ନାହିଁ । ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.