Home ଜିଲ୍ଲା ପରିକ୍ରମା ନଏଫପିଇ ସମ୍ବଲପୁର ଡାକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନଏଫପିଇ ସମ୍ବଲପୁର ଡାକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

68

ସମ୍ବଲପୁର, ୦୯/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ କ୍ରିୟାନୁଷ୍ଠାନ କମିଟି ଆହ୍ଵାନ କ୍ରମେ ନେସନାଲ ଫେଡେରେସନ ଅଫ ପୋଷ୍ଟାଲ ଏମ୍ପ୍ଲୋଏଜ (ନଏଫପିଇ) ସମ୍ବଲପୁର ଡାକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାର ଙ୍କ ପେରସନନେଲ ଏବଂ ଟ୍ରେନିଙ୍ଗ ବିଭାଗ ଅଫିସ ପତ୍ର ସଂଖ୍ୟା ୨୫୦୧୩/୦୩/୨୦୧୯-Estt A-IV ତାରିଖ ୨୮-୦୮-୨୦୨୦ ଅନୁଯାୟୀ କର୍ମଚାରୀ ମାନଂକୁ ନିୟମ ୫୬(j) ଏବଂ ୪୮(h) ପେନସନ ନିୟମ ଲଗେଇକି ୩୦ବର୍ଷ ଚାକିରୀ ପୁର୍ଣ ହେଲେ କିମ୍ବା ନିଜର ବୟସ ୫୦ କିମ୍ବା ୫୫ ହେଲେ ଜବରଦସ୍ତି ଅବସର ଦେଇ ପାରିବେ ଏବଂ କର୍ମଚାରୀ ଙ୍କୁ ନିଜର କୌଣସି ମତ ରଖିବା କୁ ସୁଯୋଗ ପାଇବେ ନାହିଁ। ଅଧିକାରୀ ମାନେ ମନ ମୁତାବଳ ମନଇଛା କୌଣସି ସାମାନ୍ୟ ବାହାନା ଯେମିତି କି ସନ୍ଦେହପୂର୍ଣ୍ଣ କାର୍ଯ୍ୟକଳାପ କିମ୍ବା ଅପ୍ରଭାବି ଆଦି ଦର୍ଶାଇ ଅବସର ଏବଂ ଛଟେଇ କରିପାରିବେ। ସରକାରଙ୍କ ଏହି ସ୍ୱେଚ୍ଛାଚାରୀ ମନମୁଖୀ ତଥା କର୍ମଚାରୀବିରୋଧୀ ପଦକ୍ଷେପ ପ୍ରକୃତରେ ଶ୍ରମ ଆଇନ ତଥା କର୍ମଚାରୀ ମାନଙ୍କ ମୌଳିକ ଅଧିକାର କୁ ଖଣ୍ଡନ କରୁଛି। ତେଣୁ ଡାକ ସଂଘ ପକ୍ଷରୁ ମଣ୍ଡଳ ସାରା ମାଧ୍ୟାନ୍ନ ଭୋଜନ ବିରତି ସମୟ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପେକ୍ଷୀ ରେ ସମ୍ବଲପୁର ଏନଏଫପିଇ ସମ୍ପାଦକ ରୁପେଶ ବାଗ ଙ୍କ ତତ୍ବାବଧାନ ରେ ବୁଢାରଜା ଉପ ଡାକଘର ଓ ବରଗଡ ପ୍ରଧାନ ଡାକଘର, ପୋଷ୍ଟମାଷ୍ଟର ଅଶୋକ ମିର୍ଦ୍ଧା ଙ୍କ ନେତୃତ୍ୟରେ ସମ୍ବଲପୁର ପ୍ରଧାନ ଡାକଘର, ରାଜ୍ୟ ସଂଘ ସଭାପତି ପ୍ରଦୀପ ଚନ୍ଦ୍ର ରାଉତ ଙ୍କ ନେତୃତ୍ୟରେ ଧନୁପାଲୀ ଉପ ଡାକ ଘର, ଆନନ୍ଦ ବରେଇ ଙ୍କ ନେତୃତ୍ଵରେ ମୁଦିପରା ଉପ ଡାକଘର, ମହେଶ କୁମାର ସାହୁ ଙ୍କ ନେତୃତ୍ୟରେ ବରଡୋଲ ଉପ ଡାକଘର, -ଆଶିଷ କୁମ୍ଭାର ଙ୍କ ନେତୃତ୍ୟରେ ସୋହେଲା ଉପ ଡାକ ଘର ତଥା ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ସାହୁ ଙ୍କ ନେତୃତ୍ୟରେ ଶାସନ ଉପ ଡାକ ଘର ରେ ବିକ୍ଷୋଭ ଅନୁଷ୍ଠିତ ହୋଇ ଥିବା ବେଳେ ବରଗଡ, ଦେବଗଡ ଓ ସମ୍ବଲପୁର ଜିଲ୍ଲା ସାରା ସବୁ ଅଫିସ ରେ ମଧ୍ୟ କର୍ମଚାରୀ ମାନେ ସାମାଜିକ ଦୂରତା ରକ୍ଷା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.