Home ଓଡ଼ିଶା ଚଳଚିତ୍ର ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଚଳଚିତ୍ର ନିର୍ଦ୍ଦେଶକ ସାରଦା ପ୍ରସନ୍ନ ନାୟକଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

132

ଭୁବନେଶ୍ୱର-୯/୯ (ଓଡ଼ିଆ ପୁଅ) -ଓଡ଼ିଆ ଚଳଚ୍ଚିତ୍ର ଲଷ୍ମୀ, କା ଓ ସ୍ତ୍ରୀ ର ନିର୍ଦେଶକ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୂରଦର୍ଶନ, ରେଡ଼ିଓର ସିରିଏଲ ଖ୍ୟାତନାମା ଲେଖକ, ଗୀତିକାର ପ୍ରଯୋଜକ, ନିର୍ଦ୍ଧେଶକ, କଳାକାର ସାରଦା ପ୍ରସନ୍ନ ନାୟକଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକାବ୍ୟକ୍ତ କରିଛନ୍ତି।ସେ ହୃଦରୋଗ ରେ ଆକ୍ରାନ୍ତ ହୋଇ ଚିକିଶ୍ଚିତ ହେଉଥିବା ସମୟରେ କରୋନା ପୀଡିତ ହେଇଥିଲେ। ସେ ଦୂରଦର୍ଶନ କେନ୍ଦ୍ରର ପ୍ରଥମ ପ୍ରଯୋଜକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।ସେ କଳା ଓ ସଂସ୍କୃତିର ସାରସ୍ୱତ ସାଧକ। ସ୍ବର୍ଗତ ନାୟକ ଙ୍କ ଦେହାନ୍ତ ଓଡିଶା ବାସୀ ଏବଂ ଓଡିଶା ଚଳଚ୍ଚିତ୍ର ଜଗତ ସହ ଦୂରଦର୍ଶନ ଓ ରେଡ଼ିଓ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ଦୀର୍ଘ ୭ ଦଶନ୍ଧି ଧରି ଓଡିଶା ଚଳଚ୍ଚିତ୍ର ଦୂରଦର୍ଶନ ଓ ରେଡ଼ିଓର ଧାରାବାହିକ, ଅପେରା ଆଦିକୁ ସେ ନିଜର ପ୍ରତିଭାରେ ପ୍ରଭାବିତ କରିଥିଲେ।ତାଙ୍କର ଉଚ୍ଚକୋଟୀର କାର୍ଯ୍ୟ ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଜୟଦେବ ପୁରସ୍କାର ପାଇଥିଲେ।ବିବିସି ରେ ଭାରତର ପ୍ରତିନିଧିତ୍ଵ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ମନୋନୀତ କରିଥିଲେ।ସ୍ବର୍ଗତ ସାରଦା ବାବୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.