Home ଜିଲ୍ଲା ପରିକ୍ରମା ଧାର ଟଙ୍କା ମାଗିବାରୁ ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ

ଧାର ଟଙ୍କା ମାଗିବାରୁ ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ

120

ବାହାନଗା,୧୬ା୧୦(ଭରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧିନ ରସାଳପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ଦମ୍ପତିଙ୍କ ଘରେ ଜଣେ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କୁ ଧରି ପଶି ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଏଥିରେ ଏହି ଗ୍ରାମର ରମାକାନ୍ତ ଜୀ (୫୫) ଓ ସ୍ତ୍ରୀ ପ୍ରମିଳା ଜୀ (୪୭) ଆହତ ହୋଇ ବାଲେଶ୍ୱର ସଦର ହସପିଟାଲରେ ଚିକିତ୍ସିତ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଏହି ଥାନା ରସାଳପୁର ପଞ୍ଚାୟତ ଅଧିନ ଛେଳିଆପଦା ଗ୍ରାମର ନାଗେଶ୍ୱର ଲେଙ୍କା(୫୫) ଓ ରସାଳପୁର ଗ୍ରାମର ରମାକାନ୍ତ ଜୀ (୫୫) ଦୀର୍ଘଦିନ ଧରି ଜମି ବ୍ୟବସାୟ କରୁଥିଲେ । କøଣସି କାରଣ ପାଇଁ ଦୁଇଜଣଙ୍କ ମଧ୍ୟରେ ମତାନ୍ତର ଓ ପରେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ । ତେବେ ବ୍ୟବସାୟ ପାଇଁ ରମାକାନ୍ତ ନାଗେଶ୍ୱରଙ୍କୁ ୫ଲକ୍ଷ ଟଙ୍କା ଦେଇଥିଲେ । ମାତ୍ର ଅଲଗା ହେବା ପରେ ରମାକାନ୍ତ ଦେଇଥିବା ଟଙ୍କା ବାରମ୍ବାର ମାଗି ଆସୁଥିଲେ । ବାରମ୍ବାର ଟଙ୍କା ମାଗିବା ପରେ ନାଗେଶ୍ୱର ୩ଲକ୍ଷ ଫେରାଇ ଥିଲେ । ଆଉ ୨ଲକ୍ଷ ଟଙ୍କା ରମାକାନ୍ତ ପାଇବାର ଥିଲା । ଏହି ଟଙ୍କା ବାରମ୍ବାର ମାକି ରମାକାନ୍ତ ନ ପାଇ ବିଫଳ ହୋଇ ଥିଲେ । ଗୁରୁବାର ଦିନ ନାଗେଶ୍ୱରଙ୍କୁ ରମାକାନ୍ତ ରସାଳପୁର ଛକରେ ଦେଖି ବାକିଥିବା ଟଙ୍କା ମାଗିବାରୁ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇ ଥିଲା । ଏବଂ ନାଗେଶ୍ୱର ରାଗି ଘରକୁ ପଳାଇ ଯାଇଥିଲେ । ପରେ ସେ ଘରୁ ତାଙ୍କ ସ୍ତ୍ରୀ , ଦୁଇ ଝିଅ , ଜ୍ୱାଇଁ ତୁଣ୍ଡରା ଗ୍ରାମର ଅନିଲ ବାରିକଙ୍କୁ ନେଇ ରମାକାନ୍ତଙ୍କ ଘରେ ପଶି ଆକ୍ରମଣ କରିବା ସହ ମାଡ଼ ମାରିଥିଲୋ ମାଡ଼ରେ ରମାକାନ୍ତଙ୍କ ସ୍ତ୍ରୀ ପ୍ରମିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିବାର ଜଣାପଡ଼ିଛି । ତା ସହ ପିନ୍ଧିଥିବା ସୁନା ହାର ନେଇ ଘରର ଆସବାବପତ୍ର ଭାଙ୍ଗି ନଷ୍ଟ କରି ଦେଇଥିବାର ଅଭିଯୋଗ ହୋଇଛି । ଖବର ପାଇ ଜୟଦେବକସବା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି ବାଲେଶ୍ୱର ସଦର ହସପିଟାଲକୁ ନେଇ ଚିକିତ୍ସା କରାଇ ଥିଲେ । ପରେ ସଦର ଥାନାରେ ୨୮୪/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.