Home ଜିଲ୍ଲା ପରିକ୍ରମା ଧାମରା ୫ପଂଚାୟତରେ ଏବେ ବି ଅନ୍ଧାର ରାଜ, ବିଦ୍ୟୁତ ବିଭାଗର ସୁଧାର ଆସିବ କେବେ!

ଧାମରା ୫ପଂଚାୟତରେ ଏବେ ବି ଅନ୍ଧାର ରାଜ, ବିଦ୍ୟୁତ ବିଭାଗର ସୁଧାର ଆସିବ କେବେ!

114

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ବାଂଶଡା, ଧାମରା,କଇଥଖୋଲା, ଦୋସିଙ୍ଗା ଏବଂ ଜାଗୁଳା ପଂଚାୟତ ଗୁଡିକରେ ବିଦ୍ୟୁତ ସରବରାହ ହୋଇ ସାରିଛି ବୋଲି ବିଭାଗୀୟ ଅଧିକାରୀ ଗତକାଲି ଶକ୍ତିମନ୍ତ୍ରୀ ଙ୍କ ଆଗରେ ପ୍ରକାଶ କରିଥିବା ବେଳେ ଆଜି ଭଳି ଦିନରେ ଏହା ଅପହଂଚ ହୋଇ ପଡିଛି । ୩୧ତାରିଖରେ ଧାମରାକୁ ବିଦ୍ୟୁତ ସରବରାହ ହୋଇଥିବା ବେଳେ ଆଜି ସକାଳ ଠାରୁ ବିଦ୍ୟୁତ ପୁନଶ୍ଚ ଅପହଂଚ ହୋଇ ପଡିଛି । ୩୩କେଭି ଲାଇନରେ ଆଜି ପୁନଶ୍ଚ ବିଦ୍ୟୁତ ସରବରାହ ବନ୍ଦ ହୋଇ ପଡିଥିବା ବେଳେ ଦୀର୍ଘ ୧୨ଘଂଟା ବିତିଯାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଏହାର ସୁଧାର ଆସି ପାରି ନାହିଁ । ୩୩କେଭି ଲାଇନରେ ଗତ ୨ଦିନ ତଳେ ସଂପୂର୍ଣ୍ଣ ମରମତି ହୋଇ ତାର ଏବଂ ଶଙ୍ଖ ବଦଳା ହୋଇଥିବା ବେଳେ ଆଜି ପନଶ୍ଚ ବହୁ ସ୍ଥାନରେ ଶଙ୍ଖ ଗୁଡିକ ବଦଳାଇବା ଜରୁରୀ ହୋଇ ପଡିଛି ବୋଲି ବିଭାଗୀୟ ଅଧିକାରୀ ମତ ରଖିଥିଲେ । ଏହାର କାରଣ ଦେଖିବାକୁ ଯାଇ ଏହା ଅତ୍ୟନ୍ତ ନିମ୍ନ ମାନର ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏପରି ହେଲେ କୌଣସି ପରିସ୍ଥିତିରେ ବିଦ୍ୟୁତ ବିଭାଗର ସୁଧାର ଆସି ପାରିବ ନାହିଁ ଗତକାଲି ଶକ୍ତିମନ୍ତ୍ରୀଙ୍କ ନିକଟରେ ନେସ୍କୋ ଜିଏମ ଏହି ୫ଟି ପଂଚାୟତରେ ସମସ୍ତ ବିଦ୍ୟୁତ ଗ୍ରାହକଙ୍କ ଘରକୁ ସଂଯୋଗୀ କରଣ କରିଥିବା କଥା କହୁଥିବା ବେଳେ ପ୍ରକୃତରେ ଆଜ ପର୍ଯ୍ୟନ୍ତ ୬ହଜାର ଲୋକଙ୍କ ଘରକୁ ସଂଯୋଗୀ କରଣ କରାଯାଇଥିବା ବେଳେ ୧୫ଶହ ଉପଭୋକ୍ତା ଆଜି ପର୍ଯ୍ୟନ୍ତ ବିଜୁଳି ଟିକକ ପାଇ ପାରିଲେ ନାହିଁ । ବାଂଶଡା, ଧାମରା,କଇଥଖୋଲା, ଦୋସିଙ୍ଗା ଏବଂ ଜାଗୁଳା ପଂଚାୟତରେ ୟାଶ ପ୍ରଭାବରେ ୧୦ଟି ଟ୍ରାନ୍ସଫରମର ନଷ୍ଟ ହୋଇଥିବା ବେଳେ ୭୦ରୁ ଉର୍ଦ୍ଧ ବିଦ୍ୟୁତ ଖୁଂଟ ସଂପୂର୍ଣ ଭାଙ୍ଗି ପଡିଛି, ଏଥିସହ ଏଲଟି ଲାଇନରେ ୧୬ କି.ମି ଲାଇନ ତାର ନଷ୍ଟ ହୋଇଯାଇଥିବା ବେଳେ ୩୩କେଭି ଲାଇନରେ ୬କି.ମି ଲାଇନ ତାର ସଂପୂର୍ଣ ନଷ୍ଟ ହୋଇଛି । ଧାମରା ଅଂଚଳରେ ସୁଧାର ଆଣିବା ପାଇଁ କରଞ୍ଜମାଳ ଠାରେ ଏକ ଗ୍ରୀଡ ସ୍ଥାପନା କରିବା ସହ ୩୦କି.ମି ଅଂଚଳରେ ବକ୍ସ ଖୁଂଟ ନିର୍ମାଣ କରିବା ପାଇଁ ଚାନ୍ଦବାଲି ବିଧାୟକ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନିକଟରେ ଦାବୀ ରଖିଥିଲେ । ଏବଂ ଏହି ଦାବୀ ଯଥାର୍ଥ ଖୁବ ଶୀଘ୍ର ଏହା କାର୍ଯ୍ୟାକାରୀ କରାଯିବ ବୋଲି ମଧ୍ୟ ସେ ଗଣମାଧ୍ୟମକୁ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.