Home ଜିଲ୍ଲା ପରିକ୍ରମା ଧାମରା ମୋବିଲ ଡିପୋରେ ନିଆଁ, ୩ଟି ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିବାକୁ ନାକେଦମ,...

ଧାମରା ମୋବିଲ ଡିପୋରେ ନିଆଁ, ୩ଟି ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିବାକୁ ନାକେଦମ, ୨ଘଂଟା ପରେ ଆୟତ୍ତ, ପ୍ରଶାସନର ବେଫିକରେ ଚାଲିଥିଲା ବେପାର

18

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଥିବା ଏକ ମୋବିଲ ଡିପୋରେ ନିଆଁ ଲାଗିଛି । କେଉଁ ପରିସ୍ଥିତିରେ ଏହି ଡିପୋରେ ନିଆଁ ଲାଗିଲା ତାହାର ବିଦ୍ଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ଅଂଚଳବାସୀ । ସବୁଠାରୁ ରୋଚକର ବିଷୟ ଏହି ମୋବିଲ ଡିପୋ ପାଖରେ ସାଧାରଣ ଜନତା ବସବାସ କରୁଥିବା ବେଳେ କିପରି ଏହି ସର୍ବସାଧାରଣ ଜନବସତି ସ୍ଥାନଏବଂ ଯାତାୟତ ସ୍ଥାନରେ ଖୋଲାଖୋଲି ଭାବେ ମୋବିଲ ରଖିବାକୁ ପ୍ରଶାସନ ଅନୁମତି ଦେଇ ନଥିବା ବେଳେ ସଂପୃକ୍ତ ବ୍ୟକ୍ତି କିପରି ପ୍ରଶାସନକୁ ଚ୍ୟାଲେଞ୍ଜ କରି ଏହି ଘୋଡା ବେପାର ଚଳାଇ ଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡିଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଆଜି ସକାଳ ୧୧ଟା ସମୟରେ ଧାମରା ନିକଟସ୍ଥ ନରସିଂହପ୍ରସାଦ ଠାରେ ଏକ ମୋବିଲ ଡିପୋର ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର ୨୫ମିନଟ ପରେ ଧାମରାରୁ ଅଗ୍ନିଶମ ବାହିନୀର ଏକ ଗାଡି ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିବା ସମୟରେ ଧାମରା ବନ୍ଦର(ଆଦାନୀ)ରୁ ଆଉ ଗୋଟିଏ ଅଗ୍ନିଶମ ବାହିନୀର ଗାଡି ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ପାରି ନଥିଲେ । ପୁନଶ୍ଚ ଧାମରା ବନ୍ଦରରୁ ଆଉ ଗୋଟିଏ ଗାଡି ଆସିବା ପରେ ୩୦ରୁ ଅଧିକ ଅଗ୍ନିଶମ ବାହିନୀ ର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଦିନ୧ଟା ପରେ ମଧ୍ୟ ସଂପୂର୍ଣ ନିଆଁ ଆୟତ କରିବା କଷ୍ଟକର ହୋଇ ପଡିଥିଲା ।

ନିଆଁର ପ୍ରକୋପ ଏତେ ଥିଲା ଯେ ସେହି ଅଂଚଳକୁ ସର୍ବସାଧାରଣତ ଦୂରର କଥା ଅଗ୍ନିଶମ ବାହିନୀର କର୍ମଚାରୀ ମଧ୍ୟ ଯିବାକୁ ସୁରକ୍ଷା ଭାବି ନଥିଲେ । ଏଠାରେ ପ୍ରଶ୍ନ ଉଠେ ନରସିଂହପ୍ରସାଦ ଠାରେ ଏକ ଜନବସତି ପୂର୍ଣ ସ୍ଥାନରେ ଏହି ପ୍ରେଟ୍ରୋଲିୟମ ପ୍ରଡକ୍ଟ ଯଥା ଜାହାଜରୁ ବାହାରୁଥିବା ପୋଡା ମୋବିଲ ଏକ ପୋଖରୀ ଖୋଲି ଏଠାରେ ରଖିବାକୁ କିଏ ଅନୁମତି ଦେଲା? ଏହି ସ୍ଥାନରେ ପୋଡା ମୋବିଲ ଥିବା ପୋଖରୀରେ ନିଆଁ ଲାଗିବା ପରେ ଏହି ପୋଖରୀ ନିକଟସ୍ଥ ରହୁଥିବା ରବିନ୍ଦ୍ର ଦାସ ଏବଂ ସପନ ଦାସଙ୍କ ପରିବାର ମଧ୍ୟ ଏହି ନିଆଁ ପ୍ରଭାବରେ କ୍ଷତିଗ୍ରସ୍ଥ ହୋଇଛନ୍ତି । ଧାମରା ବନ୍ଦର କର୍ତୁପକ୍ଷ ନିଜ କମ୍ପାନୀ ମଧ୍ୟରୁ ବାହାରୁଥିବା ପୋଡା ମୋବିଲକୁ ଏକ ରାଜନୈତିକ ଦଳର କିଛି ନେତାଙ୍କୁ ଦେଇ ନିଜକୁ ସୁରକ୍ଷିତ ମଣୁଥିବା ବେଳେ ଅଂଚଳବାସୀଙ୍କ ମଧ୍ୟରେ ଏହି ନିଆଁକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ସର୍ବସାଧାରଣ ସ୍ଥାନରେ ଏହି ପୋଡା ମୋବିଲ ରହୁଥିବାରୁ ସାଧାରଣରେ ଉତେଜନ ପ୍ରକାଶ ପାଇବା ସହ ଧାମରା ବନ୍ଦରରୁ ଆସିଥିବା ଅଗ୍ନି ନିର୍ବାହୀ ଗାଡି ରେ ନିଆଁ ଲିଭାବାକୁ ଗୋଟିଏ ପଟରେ ପାଣି ନଥିବା ସାଙ୍ଗକୁ ଅଗ୍ନି ନିର୍ବାପକ କାର୍ବୋନ ଡାଇ ଅକ୍ସାଇଡର ଅଭାବ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା । ଧାମରା ଅଂଚଳ ଭାରତର ଦ୍ୱିତୀୟ ବୃହତମ ବନ୍ଦର ହୋଇଥିବା ବେଳେ ଏହି ଅଗ୍ନି ନିର୍ବାହ ପାଇଁ ସାଧାରଣ ନିର୍ବାହ ପଦାର୍ଥ ରଖିବାକୁ ସର୍ବସାଧାରଣରେ ଦାବୀ ହେବା ସହ ରାଜ୍ୟ ସରକାରଙ୍କ ଅଗ୍ନିଶମ ବାହିନୀ ମଧ୍ୟ ଏଥି ପାଇଁ ସଜାଗ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ଏଥିସହ ସର୍ବସାଧାରଣ ବସବାସ ଏବଂ ଯାତାୟତ ସ୍ଥାନରେ ଏହି ପୋଡା ମୋବିଲ ରଖୁଥିବା ବ୍ୟକ୍ତି ବିଶେଷ ଜଣକ କିଏ ତାହାର ଖବର ମଧ୍ୟ ପ୍ରଶାସନ ପାଖରେ ନଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନେବାକୁ ଅଂଚଳବାସୀ ଏବଂ ଏହି ନିଆଁରେ କ୍ଷତିଗ୍ରସ୍ଥ ହୋଇଥିବା ପରିବାର ଦାବୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.