Home ଜିଲ୍ଲା ପରିକ୍ରମା ଆଖୁଆପଦା ଠାରେ ଏକୀକୃତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ

ଆଖୁଆପଦା ଠାରେ ଏକୀକୃତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ

13

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଖୁଆପଦାଠାରେ ବୈତରଣୀ ଓ ବୁଢ଼ା ନଦୀରେ ନିର୍ମିତ ହେବାକୁ ଥିବା ଏକୀକୃତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଆଭାସି ଜରିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପାଇଁ ଆଖୁଆପଦା ଆନିକଟ ନିକଟରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ସାଧାରଣ ସଭାରେ ବରେଣ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ସମାଜସେବୀ କୃଷକ ଅନୁଷ୍ଠାନର କର୍ମକର୍ତ୍ତା ଚାଷୀ ଶରତ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଯାଜପୁର ଜଳସେଚନ ମଣ୍ଡଳ ଅଧୀନରେ ଥିବା ଏହି ପ୍ରକଳ୍ପ ନିର୍ମାଣ ପାଇଁ ୪୮୦ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି । ଆଜିର ଦିନରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜଳର ବହୁଳ ଉପଯୋଗ ନେଇ ଭୂତଳ ଜଳସ୍ତର ହ୍ରାସ ପାଇବା ସହିତ ପାନୀୟ ଜଳ, କୃଷି, ଶିଳ୍ପ ଆଦିଲାଗି ସୃଷ୍ଟି ହେଉଥିବା ଜଳ ସଙ୍କଟ ର ସ୍ଥାୟୀ ନିରାକରଣ ପାଇଁ ଏହି ଏକୀକୃତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଆଞ୍ଚଳିକ ଜନଜୀବନ ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏହି ପ୍ରକଳ୍ପରେ ନଦୀ ମଧ୍ୟରେ ବ୍ୟାରେଜ ନିର୍ମାଣ ଜରିଆରେ ବହିଯାଉଥିବା ବଳକା ଜଳକୁ ବାନ୍ଧିରଖି ଅନ୍ତଃନଦୀ ଜଳାଶୟ ସୃଷ୍ଟି କରି ଜଳ ସୁରକ୍ଷା ସହିତ ଭୂତଳ ଜଳ ସ୍ତର ବୃଦ୍ଧି କରାଯାଇପାରିବ । ଅସମୟରେ ବନ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ।

ରବି ଋତୁରେ ଉକ୍ତ ଜଳର ବ୍ୟବହାର କରି ତୈଳ, ଡାଲି ଜାତୀୟ ଓ ପନିପରିବା ଫସଲ ହେବା ସହିତ ବର୍ଷ ତମାମ୍ ମତ୍ସ୍ୟଚାଷ ଜରିଆରେ ମତ୍ସଜୀବୀ ଓ ମତ୍ସ୍ୟ ବ୍ୟବସାୟୀଙ୍କ ରୋଜଗାର ବଢ଼ାଯାଇ ପାରିବ । ଆଖୁଆ ପଦାର ଏହି ପ୍ରକଳ୍ପ ଦ୍ୱାରା ଭଣ୍ଡାରିପୋଖରୀର ୨୦୮ଟି ଗାଁ ବିଶେଷ ଭାବେ ଉପକୃତ ହୋଇପାରିବ ବୋଲି ଚାଷୀ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ଅବସରରେ ଅବଗତ କରାଇ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ କି ବିନା ଜମି ଅଧିଗ୍ରହଣ ଓ ବିନା ବିସ୍ଥାପିତରେ ସାରା ରାଜ୍ୟରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୧ ହଜାର ୭୦୦ କୋଟି ଟଙ୍କାର ଅଟକଳ କରାଯାଇଛି । ଏହି ଯୋଜନାରେ ରାଜ୍ୟରେ ୭୨ଟି ପ୍ରକଳ୍ପ ନିର୍ମାଣ ହେବାକୁ ଥିବାବେଳେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୩ଟି ଜିଲ୍ଲାର ୪ ହଜାର ୬୦୦ କୋଟି ଟଙ୍କାରେ ୧୯ ଟି ଏକୀକୃତ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା । ୩ଟି ପର୍ଯ୍ୟାୟରେ ସମସ୍ତ ୭୨ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଭଣ୍ଡାରିପୋଖରୀର ବି.ଡ଼ି.ଓ. ଦେବଦତ୍ତ ଦାସ, ତହସିଲଦାର ସରୋଜ କାନ୍ତ ନାୟକ, ଜଳସେଚନ ଏସ୍‌.ଡ଼ି.ଓ. ଷଙ୍କର୍ଷଣ ବେହେରା, ବନ୍ତ ବ୍ଲକ୍‌, ଅଧ୍ୟକ୍ଷ ମନୋରଞ୍ଜନ ଘଡ଼ାଇ, ଭଣ୍ଡାରିପୋଖରୀ ବ୍ଲକ୍ ଉପାଧ୍ୟକ୍ଷ ପ୍ରଣୟ କାନ୍ତି ସାମଲ, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ପୂର୍ବଜନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବି.ଜେ.ଡ଼ି. ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଓ ଅନ୍ୟ ଜନ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.