Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ଶ୍ରମିକଙ୍କ ସ୍ୱାର୍ଥ ପାଇଁ ବିଏମଏସ ରାଜ୍ୟ ଶ୍ରମ ଆୟୋଗଙ୍କ ଦ୍ୱାରସ୍ଥ : ୧୭ରେ...

ଧାମରା ବନ୍ଦର ଶ୍ରମିକଙ୍କ ସ୍ୱାର୍ଥ ପାଇଁ ବିଏମଏସ ରାଜ୍ୟ ଶ୍ରମ ଆୟୋଗଙ୍କ ଦ୍ୱାରସ୍ଥ : ୧୭ରେ ବନ୍ଦର ଗେଟ ଆଗରେ ଧାରଣା ଚେତାବନୀ

141

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର (ଆଦାନୀ) ଶ୍ରମିକଙ୍କ ସ୍ୱାର୍ଥକୁ ନେଇ ବିଏମଏସ ଯୁଦ୍ଧଂ ଦେହି ଡାକରା ଦେଇଛି ।ଏନେଇ ଭାରତୀୟ ମଜଦୁର ସଂଘ ରାଜ୍ୟ ଶ୍ରମ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ ପଦକ୍ଷେପ ନେଉଛି ବୋଲି ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ।ଧାମରା ବନ୍ଦର ମଧ୍ୟରେ ଥିବା ଏଲଏନଜି ଟର୍ମିନାଲ ମଧ୍ୟରେ ସିଣ୍ଡା ,ଜେକେ,ଏସଏନଜି,ଏଫକ୍ୟୁଇ,ବାସନ୍ତୀ କନଷ୍‌୍ରକସନ ପ୍ରଭୃତି କମ୍ପାନୀରେ ଶହ ଶହ ସଂଖ୍ୟାରେ ଶ୍ରମିକ କାର୍ଯ୍ୟରତ । ଏହି ଶ୍ରମିକ ମାନେ ବାହାର ରାଜ୍ୟରୁ ଆସି କାର୍ଯ୍ୟରତ ଥିବା ବେଳେ ଧାମରା ବନ୍ଦର କର୍ତୁପକ୍ଷ(ଆଦାନୀ)ନିଜ ମନମାନୀରେ ଏହି ଠିକାସଂସ୍ଥା ମାନଙ୍କୁ ବିପୁଳ ସଂଖ୍ୟାରେ ବାହାର ରାଜ୍ୟରୁ ଶ୍ରମିକ ଆଣିବା ପାଇଁ କହୁଛନ୍ତି । ଏହା ଫଳରେ ଓଡିଶା ରାଜ୍ୟରେ ବହୁ କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ମାନେ କାର୍ଯ୍ୟ ନପାଇ ବହୁ ବାଧାବିଘ୍ନରେ ସମୟ ଅତିବାହିତ କରୁଛନ୍ତି । ବାହାର ରାଜ୍ୟ ଶ୍ରମିକ ମାନଙ୍କୁ ଆଣି କମ୍ପାନୀ କର୍ତୁପକ୍ଷ ସେମାନଙ୍କୁ ସର୍ବନିମ୍ନ ଦରମା ଦେଉ ନଥିବା ବେଳେ ସେମାନଙ୍କୁ ଗୋତି ଶ୍ରମିକ ଭାବରେ ୧୨-୧୮ଘଂଟା କାର୍ଯ୍ୟରେ ନିୟୋଜିତ ରଖୁଛନ୍ତି । ଏହି ଶୋଷିତ ଶ୍ରମିକ , ଓଡିଶା ରାଜ୍ୟର ଶ୍ରମିକ ମାନଙ୍କୁ ନିୟୋଜିତ କରିବା ପାଇଁ ଭାରତୀୟ ମଜଦୁର ସଂଘ ଏ ନେଇ ଏକ ୨୩ଦଫା ଦାବୀ ଉପସ୍ଥାପନ କରିଛି । ଏହି ୨୩ ଦଫା ଦାବୀ ବନ୍ଦର କର୍ତୁପକ୍ଷ, ରାଜ୍ୟ ଶ୍ରମ ଆୟୋଗ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅବଗତି ନିମନ୍ତେ ୧ମାସ ହେବ ଜଣାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଗୋଟିଏ ଦାବୀ ମଧ୍ୟ ବନ୍ଦର କର୍ତୁପକ୍ଷ ମାନିବାକୁ ନାରାଜ ହୋଇଛନ୍ତି । ବନ୍ଦର କର୍ତୁପକ୍ଷଙ୍କ ଅନାଗ୍ରହ ଏବଂ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତୀୟ ମଜଦୁର ସଂଘ ଆସନ୍ତା ୧୭ ତାରିଖ ରେ ଧାମରା ବନ୍ଦର ଗେଟ ଆଗରେ କୋବିଦ-୧୯ କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନ କରି ଧାରଣା ଦେବ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି । ଏହି ସମୟରେ ଶ୍ରମିକ ମାନଙ୍କର କୌଣସି ଅସୁବିଧା ହେଲେ ସେଥିପ୍ରତି କମ୍ପାନୀ କର୍ତୁପକ୍ଷ ଦାୟୀ ରହିବେ ବୋଲି ମଧ୍ୟ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.