Home ଜିଲ୍ଲା ପରିକ୍ରମା ଧାମରା ବନ୍ଦରରେ ୪ କରୋନା ରୋଗୀ ଚିହ୍ନଟକୁ ନେଇ ଅଂଚଳବାସୀ ଆତଙ୍କରେ

ଧାମରା ବନ୍ଦରରେ ୪ କରୋନା ରୋଗୀ ଚିହ୍ନଟକୁ ନେଇ ଅଂଚଳବାସୀ ଆତଙ୍କରେ

104

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦରରେ ଗତକାଲି ରାତିରେ ୪ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ସ୍ୱାବ ପରୀକ୍ଷାରୁ ସେମାନେ କରୋନା ପୋଜିଟିଭରେ ଆକ୍ରାନ୍ତ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ଜଣାଯାଇଛି । ଖବରରୁ ପ୍ରକାଶ ଗତ ୧୫ତାରିଖରେ ଦୁବାଇରୁ ଖଣିଜ ପଦାର୍ଥ ନେଇ ଆସିଥିବା ଏକ ଜାହାଜ ରେ ୪ଜଣ ଭାରତୀୟ କର୍ମଚାରୀ ଆସି ଧାମରା ବନ୍ଦରରେ ପହଂଚିଥିଲେ । ୧୫ ଜୁନ ରେ ଆସି ପହଂଚିଥିବା ଏହି ଜାହାଜରେ ୧୫ଜଣ କ୍ର‌୍ୟୁ ମେମ୍ବର ଥିବା ବେଳେ ସେମାନଙ୍କର ସ୍ୱାବ ଏବଂ ରକ୍ତ ପରୀକ୍ଷା ଭଦ୍ରକ ଠାରେ ହୋଇଥିଲା । ଏହି ପରୀକ୍ଷା ରିପୋର୍ଟ ଆସିବା ପରେ କରୋନା ଚିହ୍ନଟ ୪ଜଣଙ୍କ ମଧ୍ୟରୁ ୨ଜଣ ନୂଆଦିଲ୍ଲୀର ବାସିନ୍ଦା,ଜଣେ ଝାଡଖଣ୍ଡର ବାସିନ୍ଦା ହୋଇଥିବା ବେଳେ ଆଉ ଜଣେ ତାମିଲନାଡୁର ବାସିନ୍ଦା ବୋଲି ଜଣାଯାଇଥିଲା । ଗତ ୧୫ ତାରିଖରୁ ସେମାନେ ଧାମରା ବନ୍ଦର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଜେଜେ ରିସୋର୍ଟ ହୋଟେଲରେ ରହି ଆସୁଥିଲେ । ଆଜି ଭଦ୍ରକରୁ ଏକ ଟିମରେ ଭଦ୍ରକ ଏଡିଏମ ଏବଂ ଏପିଡେମିଲୋଜିଷ୍ଟ ଆସି ଏହି ୪ଜଣ କରୋନା ରୋଗୀ ମାନଙ୍କୁ ନେଇ କଟକ ପଠାଇଥିଲେ ଏବଂ ଏହି ହୋଟେଲରେ ରହିଥିବା ଅନ୍ୟ ସମସ୍ତ ବିଦେଶୀଙ୍କ ସହ ହୋଟେଲ କର୍ମଚାରୀ ମାନଙ୍କୁ ସତର୍କ ରହିବା ପାଇଁ ସୁଚନା ଦେଇଥିବା ବେଳେ ଧାମରା ଅଂଚଳରେ ଥିବା ଅନ୍ୟ ତାରକା ହୋଟେଲ ତଥା ଗେଷ୍ଟ ହାଉସ ମାନଙ୍କରେ ରହିଥିବା ବିଦେଶୀ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରା୍‌ଯିବା ଜରୁରୀ ହୋଇ ପଡିଛି ବୋଲି ଅଂଚଳବାସୀ ଦାବୀ କରିଛନ୍ତି । । ଆଜିର ଏହି ଖବର ପ୍ରସାରିତ ହେବା ପରେ ଧାମରା ବନ୍ଦରରେ ଆତଙ୍କ ଖେଳିଯାଇଛି ଏବଂ ଧାମରା ଅଂଚଳରେ କୋକୁଆଭୟ ଦେଖାଦେଇଛି ଫଳରେ ଧାମରା ବନ୍ଦର ନିକଟବର୍ତୀ ଇଲାକା ର ରାସ୍ତାଘାଟ ଜନଶୂନ୍ୟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.