Home ଜିଲ୍ଲା ପରିକ୍ରମା ଆକ୍ରାନ୍ତ ହେଲେ ୫, ସୁସ୍ଥ ୧୧, ମୋଟ ସଂଖ୍ୟା ୧୮୬

ଆକ୍ରାନ୍ତ ହେଲେ ୫, ସୁସ୍ଥ ୧୧, ମୋଟ ସଂଖ୍ୟା ୧୮୬

140

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬ରେ ପହଞ୍ଚିଛି । ତେବେ ଇତି ମଧ୍ୟରେ ଆଉ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୧୬୮ ହୋଇଥିବା ବେଳେ ମାତ୍ର ୧୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ଆଜି ସୁଦ୍ଧା ମୋଟ ୭୮୮୮ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇ ସାରିଛି ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଆଜି ନୂତନ ଭାବେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ପ୍ରବାସୀ ଏବଂ ସେମାନେ ସମସ୍ତେ କ୍ୱାରେଣ୍ଟାଇନରେ ରହିଛନ୍ତି । ୫ଜଣଙ୍କ ମଧ୍ୟରେ ଜଣେ ଆକ୍ରାନ୍ତ ଭଦ୍ରକ ବ୍ଲକ ଓଲଙ୍ଗ ସ୍ଥିତ କୋବିଡ଼ କେୟାର ସେଣ୍ଟରରେ ରହିଥିଲେ ଏବଂ ସେ ଆନ୍ଧ୍ର ପ୍ରଦେଶରୁ ଆସିଥିଲେ । ଅନ୍ୟ ୪ଜଣ ଚାନ୍ଦବାଲି ବ୍ଳକ ଧାମରା ସ୍ଥିତ ଜେଜେ ରିସୋର୍ଟ ହୋଟେଲ ଟିଏମସିର ଅନ୍ତେବାସୀ । ସେମାନଙ୍କ ମଧ୍ୟରୁ ଜଣେ ଝାଡଖଣ୍ଡ, ଜଣେ ନୂଆଦିଲ୍ଲୀ, ୨ଜଣ ତାମିଲନାଡୁରୁ ଫେରିଥିଲେ । ଜିଲ୍ଲାପାଳ ଡ. ଦାସ ଜେ ଜେ ରିସୋର୍ଟକୁ କଣ୍ଟେନମେଣ୍ଟଜୋନ ଏବଂ ଦୋସିଙ୍ଗା ପଞ୍ଚାୟତକୁ ବଫରଜୋନ ଘୋଷଣା କରିଛନ୍ତି । ସେହିପରି ଆଜି ୩ ଟି ପଞ୍ଚାୟତରୁ ବଫରଜୋନ କଟକଣା ପ୍ରତ୍ୟାହାର ହୋଇଛି । ସେଗୁଡିକ ହେଲା ବନ୍ତ ବନ୍ଲକର ଛୟାଳସିଂହ ପଞ୍ଚାୟତ ବଫରଜୋନ ଏବଂ ବନ୍ତ କଲେଜ କଣ୍ଟେନମେଣ୍ଟଜୋନ, ଧାମନଗର ବ୍ଲକର ଗଡିଆଳୀ ପଞ୍ଚାୟତ ବଫରଜୋନ ଏବଂ ଝାରଡେଶ୍ୱର ହାଇସ୍କୁଲ ଓ ଝାରଡିଆ ଗ୍ରାମ କଣ୍ଟେନମେଣ୍ଟ, ଭଦ୍ରକ ବ୍ଲକର ବାଣିତିଆ ପଞ୍ଚାୟତ ବଫରଜୋନ ଓ ବି.ଜେ. ହାଇସ୍କୁଲ କଣ୍ଟେନମେଣ୍ଟଜୋନ କଟକଣାମୁକ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.