Home ଜିଲ୍ଲା ପରିକ୍ରମା ଧାମରା ଥାନା ଷ୍ଟାଫ ଏତଲାକାରୀଙ୍କ ଗାଡିକୁ କବାଡିଆକୁ ବିକ୍ରି କରୁଥିବା ଫଟୋ ଗଣମାଧ୍ୟମରେ ଭାଇରାଲ, ଗାଡିର...

ଧାମରା ଥାନା ଷ୍ଟାଫ ଏତଲାକାରୀଙ୍କ ଗାଡିକୁ କବାଡିଆକୁ ବିକ୍ରି କରୁଥିବା ଫଟୋ ଗଣମାଧ୍ୟମରେ ଭାଇରାଲ, ଗାଡିର ମାଲିକାଣୀ ନ୍ୟାୟାଳୟର ଦ୍ୱାରସ୍ଥ

61

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧୮ ତାରିଖରେ ଧାମରା ଥାନାର ଜଣେ ଷ୍ଟାଫ ନିଜକୁ ହାବିଲଦାର କହି ଆସି ଧାମରା ପୁରୁଣା ଫାଣ୍ଡିରେ ସିଜ ହୋଇ ପଡିଥିବା ୨ଟି ୪ଚକିଆ ଯାନକୁ କବାଡିଆ କୁ ବିକ୍ରି କରୁଥିବା ଫଟୋ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। କେଉଁ ପରିସ୍ଥିତିରେ ଧାମରା ଥାନାର ଜୈନିକ ଷ୍ଟାଫ ନିଜ ଥାନାର କେସ ହୋଇ ନଥିବା ବେଳେ ୨ଟି ଗାଡିକୁ କବାଡିଆ କୁ ବିକ୍ରି କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏହି ଘଟଣାରେ ସଂପୃକ୍ତ ଥାନାର କେଉଁ କେଉଁ ମାନେ ସଂଶ୍ଳିଷ୍ଠ ଅଛନ୍ତି ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ସହ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଗାଡିର ମାଲିକାଣୀ ଆଜି ଚାନ୍ଦବାଲି କୋର୍ଟରେ ଆଶ୍ରୟ ନେଇଥିବା ବେଳେ ଭଦ୍ରକ ଏସପିଙ୍କୁ ଭେଟି ଏ ବାବଦରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଗାଡିର ମାଲିକ ବର୍ତମାନ ଜିବୀତ ନଥିବା ବେଳେ ଏହି ମାଲିକଙ୍କ ଭାଇକୁ ଧାମରା ଥାନାଧିକାରୀ ଡାକି କଥାକୁ ଚପାଇ ଦେବା ସହ ରଫାଦଫା କରିବାକୁ ଉଦ୍ୟମ ଚଳାଇ ସେଥିରେ ବିଫଳ ହୋଇଥିବା ଜଣାଯାଇଛି।ଧାମରା ଥାନାର ଅସାଧୁ କର୍ମଚାରୀ ମାନଙ୍କର ଏଭଳି ଦୋଷାବହ କାର୍ଯ୍ୟକୁ ସଂପୃକ୍ତ ଥାନାଧିକାରୀ କିପରି ଘଂଟ ଘୋଡାଇବା ସହ ଏସପିଙ୍କ ଆଖିରେ ଧୂଳି ଦେଇ ଖସିବେ ତାହା ମଧ୍ୟ ଚର୍ଚାର ବିଷୟ ପାଲଟିଛି।

ଘଟଣାରୁ ପ୍ରକାଶ ୨୦୦୮ ମସିହାରେ କଳ୍ପନା ଯେନା ଙ୍କ ସ୍ୱାମୀ ସଦାନନ୍ଦ ଜେନା ମରିଯିବା ପରେ ନିଜର ଦାବି ରଖିବାକୁ ଯାଇ ନିଜ ଶ୍ୱଶୁର ଘରେ ଥିବା ଓଆର ୦୫ପି୮୦୬୫ କମାଣ୍ଡର ଗାଡି ଏବଂ ଓଆର୨୨ ୩୦୬୫, ୪୦୭ ଗାଡିକୁ ନେବା ପାଇଁ ଧାମରା ‘ାଣ୍ଡିରେ ଏତଲା ଦେଇଥିଲେ। ଏହାକୁ ନେଇ ବାଂଶଡା ଥାନାରେ ୭୪/୨୦୦୮ରେ ଏକ କେସ ରୁଜୁ ହୋଇଥିଲା। ଘଟଣା ଦିନ ଧାମରା ଥାନାର ଜନୈକ କର୍ମଚାରୀ ଉପସ୍ଥିତ ରହି ସେହି ଜବତ ହୋଇଥିବା ଗାଡିକୁ କବାଡିଆ ମାନଙ୍କ ଦ୍ୱାରା ଇଲେକ୍ଟ୍ରିକ କଟର ଦ୍ୱାରା କାଟି ଏକ ପିକଅପରେ ଲୋଡ କରୁଥିବା ଦେଖିବାକୁ ମିଳିଥିଲା। ଏହି ଫଟୋଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସଂପୃକ୍ତ ଥାନାର ଥାନାଧିକାରୀ କିପରି ନିଜର ଷ୍ଟାଫକୁ ବଂଚାଇବେ ସେଥିପାଇଁ ବହୁ ପ୍ରୟାଶ ଚଳାଇଛନ୍ତି।ଅନ୍ୟ ପକ୍ଷରେ ଏହି ଚୋରୀ ଘଟଣାରେ ସଂପୃକ୍ତ ଦୋଷୀ ମାନଙ୍କୁ ଏବଂ ଏହି କବାଡିଆ ଗାଡିକୁ ନେଇ ଯାଉଥିବା ପିକଅପ କୁ ନେଇ ଗାଡି ମାଲିକଙ୍କ ସାନଭାଇ ଧାମରା ଥନାରେ ଜିମା ଦେଇଥିବା ବେଳେ କେଉଁ ପରିସ୍ଥିତିରେ ସମସ୍ତଙ୍କୁ ଛାଡି ଦେଲେ ତାହା ମଧ୍ୟ ଚର୍ଚାର କେନ୍ଦ୍ରବିନ୍ଦୁ।ଏହି ଘଟଣା ଏବଂ ଧାମରାରେ କ୍ଷେପଣାସ୍ତ୍ରର ଭଗ୍ନ ଯନ୍ତ୍ରାଂଶକୁ ତରଳାଉଥିବା କେସରେ ଧାମରାର ଏକ ମୋବାଇଲ ଦୋକାନୀ ଏବଂ କଇଥଖୋଲାର ଏକ କବାଡିଆ ଦୋକାନୀର ୪ଜଣ କର୍ମଚାରୀ ସଂପୃକ୍ତ ଥିବା ବେଳେ ସେମାନଙ୍କୁ କିପରି ଧାମରା ଥାନାଧିକାରୀ ନିଜର ଆସନ ବଂଚାଇବାକୁ ଯାଇ ଛାଡିଦେଲେ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଥିବା ବେଳେ ଗାଡିର ମାଲିକାଣୀ ସମସ୍ତଙ୍କୁ ପକ୍ଷଭୁକ୍ତ କରି ନ୍ୟାୟ ପାଇବା ଆଶାରେ ଭଦ୍ରକ ଏସପି ଏବଂ ନ୍ୟାୟାଳୟ ଭରଷାରେ ସମୟ ଅତିବାହିତ କରୁଛନ୍ତି। ଦେଖାଯାଉ ଆଗକୁ କେଉଁ ମାନେ ଦୋଷୀ ବିବେଚିତ ହେବା ସହ କେଉଁ ମାନଙ୍କୁ ଖସାଇ ଦିଆଯିବ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.