Home ଜିଲ୍ଲା ପରିକ୍ରମା ଧାମରାରେ ସ୍ୱର୍ଗତ ବିଜୟଶ୍ରୀ ଉପଲକ୍ଷେ ସର୍ବଦଳୀୟ ଶୋକସଭା

ଧାମରାରେ ସ୍ୱର୍ଗତ ବିଜୟଶ୍ରୀ ଉପଲକ୍ଷେ ସର୍ବଦଳୀୟ ଶୋକସଭା

75

ଭଦ୍ରକ, ୧୩ା୬(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଙ୍କ ଏକାଦଶହରରେ ଧାମାର ନିକଟସ୍ଥ କଇଥଖୋଲା ଠାରେ ଏକ ସର୍ବଦଳୀୟ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ଜିଲ୍ଲାପରିଷଦ ବଳଭଦ୍ର ଲେଙ୍କାଙ୍କ ସଭାପତିତ୍ୱରେ ଏହି ଶୋକ ସଭା ଅନୁଷ୍ଠିତ ହୋଇଥିବା ବେଳେ ସ୍ୱର୍ଗତ ବିଜୟ ଶ୍ରୀ ଓଡିଶା ରାଜନୀତିରେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହୋଇଥିବା ପରିପ୍ରେକ୍ଷୀରେ ସେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ସେ ଜଣେ ଅପ୍ରତିଦ୍ୱନ୍ଦି ରାଜନେତା। ୧୯୯୦ ମସିହାରୁ ୨୦୧୯ ମସିହା ସାଧାରଣ ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି। ଜଙ୍ଗଲ ପରିବେଶ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇ ସେ ସାରା ନିର୍ବାଚନ ମଣ୍ଡଳୀ ନୁହେଁ ସାରା ରାଜ୍ୟରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଧାମରା ଇଲାକାର ସର୍ବାଙ୍ଗୀନ ଉନ୍ମତି କରି ସେ ଧାମରାର ମାନଚିତ୍ରକୁ ବଦଳାଇ ଦେଇଛନ୍ତି ବୋଲି ଆଜିର ଉପସ୍ଥିତ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି ସ୍ମୃତିସଭା ଆରମ୍ଭରେ , ରାଉତରାୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଗୀତା ପାଠ କରାଯାଇ ଥିଲା।ସ୍ୱର୍ଗତ ବିଜୟଶ୍ରୀ କିପରି ଧାମରା ଇଲାକାର ମୌଳିକ ସମସ୍ୟା ସହିତ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିଥିଲେ ସେ ସମସ୍ତ ବିଷୟ ଉପରେ ମଧ୍ୟ ବକ୍ତା ମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ଆଜିର ଏହି ଶୋକସଭାରେ ବିଜେଡି ନେତା ଅଶୋକ ଜେନା, ଅନିଲ ନାୟକ, ପ୍ରିୟ ରଞ୍ଜନ ଜେନା, ପରୀକ୍ଷିତ ଦାସ, ବନ ବିହାରୀ ମାଇତି, ପ୍ରଦୀପ ବେହେରା, ଅଭିମନ୍ୟୁ ରାଉତ, ସୁକୁମାର ପରିଡା, ଶୈଳେନ୍ଦ୍ର ପାତ୍ର, ପ୍ରଭାତ ବେହେରା ଉପସ୍ଥିତ ରହି ସ୍ୱର୍ଗତ ରାଉତରାୟଙ୍କ ସ୍ମୃତି ଚାରଣ କରିଥିଲେ। କଂଗ୍ରେସ ନେତା ଦିଗମ୍ବର ଦାସ, ସୁଧିର ସାମନ୍ତ, ଅରୁଣ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ମାଝୀ, ବିଜେପି ନେତା ଦେବେନ୍ଦ୍ର ନାୟକ, ତ୍ରିଲୋଚନ ପ୍ରଧାନ, ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ଉଗ୍ରସେନ ମଢୁଆଳ, ସେକ୍ ମାଲିକ ଉଦ୍ଦିନ୍, ବ୍ରଜ କିଶୋର ବେହେରା ପ୍ରମୁଖ ଏଥିରେ ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସଭା କୋଭିଡ୍-୧୯ ଗାଇଡ୍ ଲାଇନ ଅନୁସାରେ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.