Home ଜିଲ୍ଲା ପରିକ୍ରମା ଧାମରାରେ ଶହ ଶହ ଏକର ଧାନ ଜମିରେ ମାଡି ଗଲା ଲୁଣା ପାଣି, ସ୍ଲୁଇସ ଗେଟ...

ଧାମରାରେ ଶହ ଶହ ଏକର ଧାନ ଜମିରେ ମାଡି ଗଲା ଲୁଣା ପାଣି, ସ୍ଲୁଇସ ଗେଟ ମରାମତି ନିର୍ମାଣ ଦାବୀରେ ପ୍ରତିରକ୍ଷା ବିଭାଗର ରାସ୍ତା ରୋକ କଲେ ଅଂଚଳବାସୀ

42

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଜୟଦୁର୍ଗା ପାଟଣାରେ ଥିବା କାଳିନାଳୀ ସ୍ଲୁଇସ ଗେଟ ଦେଇ ଲୁଣା ପାଣି ଶହ ଶହ ଏକର ପାଚିଲା ଧାନ ଜମିରେ ମାଡି ଯାଇଛି । ଏହା ଫଳରେ ଆଗାମୀ ଦିନରେ ଏହି ଧାନ ଅମଳ ହେବା ନେଇ ପ୍ରଶ୍ନବାଚୀ ହୋଇ ପଡିଛି । ଖବରରୁ ପ୍ରକାଶ କଇଥଖୋଲା ଜଳସମ୍ପଦ ବିଭାଗ ଅଧିନରେ ଥିବା ଏହି ସ୍ଲୁଇସ ଗେଟରେ ଥିବା ଲୁହା ଗେଟଟି ଦୀର୍ଘ ଦିନ ହେବ ଭାଙ୍ଗି ଯାଇଥିବା ବେଳେ ଏହାକୁ ମରାମତି କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ବିଭାଗୀୟ କର୍ତୁପକ୍ଷଙ୍କ ନିକଟରେ ବହୁବାର ଦାବୀ କରିବା ସତ୍ୱେ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରିନାହିଁ ।ଗତକାଲି ରାତିରେ ଲୁଣା ଜୁଆର ଆସି ୩ଶହ ଏକରରୁ ଉର୍ଦ୍ଧ ପାଚିଲା ଧାନ ଜମିରେ ଏହି ପାଣି ମାଡି ଯାଇଥିବା ବେଳେ ବହୁ ଲୋକଙ୍କ ଘରେ ଜୁଆର ପାଣି ପଶି ଘରର କାନ୍ଥ ଗୁଡିକ ପଡିଯାଇଥିବା ନଜରକୁ ଆସିଥିଲା । ଆଜି ସକାଳ ୬ଟାରେ ଏହି ସ୍ଲୁଇସ ଗେଟ ମରାମତି ଦାବୀରେ ସ୍ଥାନୀୟ ଅଂଚଳବାସୀ ଆସି ଧାମରା-ଚନ୍ଦନୀପାଳ ପ୍ରତିରକ୍ଷା ରାସ୍ତାକୁ ଅବରୋଧ କରି ରହିଥିଲେ । ଏହା ଫଳରେ ବହୁ ପ୍ରତିରକ୍ଷା ଗାଡି ଏବଂ ଯାତ୍ରୀବାହୀ ବସ ଗୁଡିକ ସକାଳ ୬ଟାରୁ ଏହି ରାସ୍ତାରେ ଚଳପ୍ରଚଳ ସଂପୂର୍ଣ ବନ୍ଦ ହୋଇଯାଇଥିଲା । ଏହି ଖବର ପାଇବା ପରେ ଧାମରା ଥାନାଧିକାରୀ ଏବଂ ଧାମରା ମେରାଇନ ଥାନାଧିକାରୀ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଅଂଚଳବାସୀ ରାସ୍ତାରୋକରୁ ଉଠି ନଥିଲେ । ପରେ ଏହାକୁ ନେଇ ପ୍ରତିରକ୍ଷା ବିଭାଗର ଚନ୍ଦନୀପାଳ ଇନଚାର୍ଯ୍ୟ ପ୍ରକାଶ ତରାଇ ଫୋନଯୋଗେ ପ୍ରତିରକ୍ଷା ବିଭାଗର ପ୍ରକଳ୍ପ ଇନଚାର୍ଯ୍ୟ ବିଶ୍ୱାଳ ଗୁଲେରିଆ ଏବଂ ଯନ୍ତ୍ରୀ ବିକାଶ ପଣ୍ଡାଙ୍କ ସହ କଥା ହୋଇ ସ୍ଥାନୀୟ ଅଧିବାସୀଙ୍କ ଦାବୀ ବିଷୟରେ ଅବଗତ କରାଇଥିଲେ । ସେମାନଙ୍କ ପାଖରୁ ଆଶ୍ୱସନା ପାଇବା ପରେ ପ୍ରକାଶ ତରାଇ ସ୍ଥାନୀୟ ଜନସାଧାରଣଙ୍କୁ ଆସନ୍ତା ସପ୍ତାହରେ ଏହି ସ୍ଲୁଇସ ଗେଟର ମରାମତି କରିବା ଦାୟିତ୍ୱ ପ୍ରତିରକ୍ଷା ବିଭାଗ କରିବ ବୋଲି କହିବା ପରେ ସକାଳ ୧୦ଟାରେ ରାସ୍ତାରୋକ ଉଠିଥିଲା । ଏଠାରେ ପ୍ରଶ୍ନଉଠେ ଏହି ସ୍ଲୁଇସ ଗେଟ ମରାମତି ଦାୟିତ୍ୱ କଇଥଖୋଲା ଜଳସମ୍ପଦ ବିଭାଗ ଉପରେ ନ୍ୟସ୍ଥ ଥିବା ବେଳେ ୨୦୧୮ ମସିହା ବୁଲନୁଲ ସମୟ ରେ ଏହି ନାଳ ଦେଇ ଲୁଣା ପାଣି ପାଶି ବହୁ ଘର ଭାଙ୍ଗିଯାଇଥିବା ବେଳେ ଏହି ନାଳପାଖ ଦେଇ ଯାଇଥିବା ଗ୍ରାମ ସଡକଟି ସଂପୂର୍ଣ ଭାବରେ ନାଳ ମଧ୍ୟକୁ ଧସି ଯାଇଥିଲା ।କୌଣସି ପ୍ରାକୃତିକ ଦୁର୍ବିପାକ ଆସିଲେ ଏହି ଅଂଚଳବାସୀ ମୁଣ୍ଡ ଗୁଞିବା ପାଇଁ ବାର ଦୁଆର ଶୁଣ୍ଡିପିଣ୍ଡା ହୁଅନ୍ତି ।ଆଜି ଭଳି ପରିସ୍ଥିତିରେ ବିଭାଗୀୟ କର୍ତୁପକ୍ଷ ଏହାର କିଛି ସ୍ଥାୟୀ କିମ୍ବା ଅସ୍ଥାୟୀ ସମାଧାନ କରିବାରେ ସଂପୂର୍ଣ ବିଫଳ ହୋଇ ପଡିଛନ୍ତି । ଏବିଷୟରେ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ କୁଞନାରାୟଣ ଜେନାଙ୍କ ସହ ଯୋଗାଯୋଗ ଚରିବାରୁ ସେ ଏହା ଜଳସମ୍ପଦ ବିଭାଗର କାମ ନୁହେଁ ବରଂ ଏହା ପ୍ରତିରକ୍ଷା ବିଭାଗର କାମ ବୋଲି କହି ନିଜ ମୁଣ୍ଡରୁ ଦୋଷ ଏଡାଇ ଯାଇଥିଲେ । ଏଠାରେ ପ୍ରଶ୍ନ ଉଠେ ବିଭାଗୀୟ କର୍ତୁପକ୍ଷଙ୍କ ଏହି କାମ ତାଙ୍କର ଲେଉଟିଆ କିଆରୀ ହୋଇଥିବା ବେଳେ ସ୍ଥାନୀୟ ଅଧିବାସୀଙ୍କ କୋପରୁ ନିଜକୁ ରକ୍ଷା କରିବାକୁ ଯାଇ ଏପରି ମତବ୍ୟକ୍ତ କରି ନାହାନ୍ତିତ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.