Home ଅନୁଗୁଳ ତାଳଚେର କୋଲସିଟି ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ତାଳଚେର କୋଲସିଟି ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

21

ତାଳଚେର,୧୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ତାଳଚେର କୋଲସିଟି ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ହୋଟେଲ ବୃନ୍ଦାବନ, ହାଟତୋଟା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କୋଭିଡ୍ ନିୟମ ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ତାଳଚେର କୋଲସିଟି ସାମ୍ବାଦିକ ସଂଘର ସଭାପତି ମନୋଜ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ ତାଙ୍କର ବକ୍ତବ୍ୟରେ କହିଥିଲେ କି ସମାଜରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଳଚେର ଭଳି କୋଇଲାଭିତିକ ଶିଳ୍ପାଂଚଳ ଖଣି ଖଦାନ ଓ ପରିବେଶ ସୁରକ୍ଷା ଉପରେ ଲେଖା ଆବଶ୍ୟକ । କରୋନା ଯୁଦ୍ଧରେ ଯେଉଁ କେତେକ ସାମ୍ବାଦିକ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ କରୋନା ଯୋଦ୍ଧାର ସମ୍ମାନ ଦିଆ ଯାଉଥିଲେ ମଧ୍ୟ ସେଥିପାଇଁ ସେ ମର୍ମାହତ । ରିପବ୍ଲିକ୍ ଟିଭି ର ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଜେଲ ଯିବା ଘଟଣା ଏକ ରାଜନୈତିକ ପକ୍ଷପାତିତା ଘଟଣାର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚିନ୍ତାମୁକ୍ତ ଭାବେ ଉତମ ପରିବେଶ ମଧ୍ୟରେ ଖବର ଲେଖନୀ ପରିଚାଳନା କରିବା ପାଇଁ ଏକ ଗୃହ ସୁସ୍ଥ ବାତାବରଣ ମଧ୍ୟରେ ଆବଶ୍ୟକ । ଏହି ସଂଘ କିପରି ଗୋଟିଏ ଗୃହ ପାଇବ ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ କହିଲେ ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହାରୀ । ସମାଜର ଭଲ ମନ୍ଦର ସେବକ । କେତେକ କର୍ତବ୍ୟନିଷ୍ଠ ସାମ୍ବାଦିକଙ୍କ ଜୀବନ କୋଭିଡ ପାଇଁ ଅକାରଣରେ ଜୀବନ ଚାଲି ଯାଉଛି । ସେମାନଙ୍କୁ ସୁରକ୍ଷା ଦେବା ଆମ୍ଭ ସମସ୍ତଙ୍କର କର୍ତବ୍ୟ । ସାମାଜିକ ଆକ୍ରୋଶ ରାଜନୈତିକ ହିଂସା ମଧ୍ୟରେ ଆଜି ସାମ୍ବାଦିକ ଜୀବନ ଦୁଃସମୟ ହୋଇ ଗତି କରୁଛି । ସାମ୍ବାଦିକ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ସେ ଘୋର ନିନ୍ଦା କରୁଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ନଗର ପାଳ ପବିତ୍ର ଭୂତିଆ ସାମ୍ବାଦିକ ମାନଙ୍କ ପାଇଁ ସରକାରୀ ସ୍ତରରେ ସମସ୍ତ ସୁବିଧା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଏମ୍‌.ସି.ଏଲ ଜଗନ୍ନାଥ ଏରିଆ ମହାପ୍ରବନ୍ଧକ ଏ.କେ. ସ୍ୱର୍ଣ୍ଣକାର କହିଲେ ସାମ୍ବାଦିକ ମାନେ ଦିନରାତି ଆମ୍ଭମାନଙ୍କ ପାଇଁ ଲଢ଼େଇ କରି ସମାଜର ସୁରକ୍ଷାରେ ନିଜ ଜୀବନ ବାଜି ଲଗାଇ ଦେଇଛନ୍ତି । ସାଧାରଣ ଭାବେ ଜୀବନ ଯାପନ କରୁଥିବା ସାମ୍ବାଦିକ ମାନଙ୍କର ଆର୍ଥିକ ସୁରକ୍ଷା ବିପନ୍ନ ହେଲେ ମଧ୍ୟ ସମାଜ ପାଇଁ ତାଙ୍କ କର୍ତବ୍ୟନିଷ୍ଠା ପ୍ରଶଂସନୀୟ । ସମାଜର ବିଭିନ୍ନ କ୍ଷେତ୍ରରେ ସୁକାର୍ଯ୍ୟ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସାମ୍ବାଦିକ ତପନ ମହାରଣା,ରବୀନ୍ଦ୍ର କୁମାର ମହାରଣା,ଜିତେନ୍ଦ୍ର କୁମାର ଦାସ୍‌,ପ୍ରକାଶ କୁମାର ସାହୁ,ଅକ୍ଷୟ କୁମାର ମହାରଣା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ ୧୦ ଲକ୍ଷ ଟଙ୍କା ଦାନ କରିଥିବା ଦିଲୀପ କୁମାର ଭୋଇ ଓ ତାଙ୍କର କନ୍ୟା ଶୁଭଲକ୍ଷ୍ମୀ ଓ ସୁନାମୁଖୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ତାଳଚେର ଓ କୋଲିୟରୀ ଥାନାର ଦୁଇଜଣ ଏସ୍‌.ଆଇ. ପ୍ଲାଜମା ଦାନ କରିଥିବା ଗଙ୍ଗାଧର ବେହେରା ଓ ସତିଶ୍ ଲେଙ୍କାଙ୍କୁ କରୋନା ଯୋଦ୍ଧା ଭାବେ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁଷ୍ଠଗୁଚ୍ଛ ଦେଇ ସମ୍ମାନ କରାଯାଇଥିଲା । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ସଂଘର ସାଧାରଣ ସଂପାଦକ ବାବୁନି କୁମାର ସ୍ୱାଇଁ,ସିତିକାନ୍ତ ବାରିକ, ରବୀନ୍ଦ୍ର କୁମାର ମହାରଣା ସମାଜସେବୀ ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.