Home ଜିଲ୍ଲା ପରିକ୍ରମା ଧାମରାରେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ

ଧାମରାରେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ

25

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କରଣପଲ୍ଲୀ ଠାରେ ଜଣେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ଏ ନେଇ ବାଂଶଡା ଥାନାରେ ଏକ କେସ ରୁଜୁ ହୋଇଥିବା ଜଣାଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି କରଣପଲ୍ଲୀ ର ବିଜୟ ମଣ୍ଡଳଙ୍କ ସ୍ଥ୍ରୀ କମଳିନୀ ମଣ୍ଡଳ (୨୪)ଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ନିଜର ପରିବାର ଲୋକ ପ୍ରଥମେ ଧାମରା ମେଡିକାଲକୁ ଆଣିଥିବା ବେଳେ ପରେ ଧାମରା ମେଡିକାଲରୁ ବାସୁଦେବପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟୂ ଘୋଷଣା କରିଥିବା ବେଳେ ବାଂଶଡା ଥାନାରେ ଏ ନେଇ ଏକ କେସ ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରୀ ରହିଛି । ମୃତ କମଳିନୀଙ୍କ ବାପଘର ଜାଗୁଳା ପଂଚାୟତ ଅଧିନସ୍ଥ ଜୟଦୁର୍ଗାପାଟଣା ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.