Home ଜିଲ୍ଲା ପରିକ୍ରମା ଧାମରାରେ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ ପାଳିତ

ଧାମରାରେ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ ପାଳିତ

113

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ଠାରେ ଥିବା ଭାରତୀୟ ମଜଦୁର ସଂଘ ଅଫିସ ପ୍ରାଙ୍ଗଣରେ ଗୁରୁବାରଦିନ ଏହି ସଂଘର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। କୋବିଦ-୧୯କୁ ଆଖି ଆଗରେ ରଖି ସାମାଜିକ ଦୂରତା ବହନ କରି ଏହି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ନିଜର ଅଭିଭାଷଣରେ ସଂଘର କାର୍ଯ୍ୟକାରୀ ସଂପାଦକ ଚନ୍ଦ୍ରଶେଖର ଜେନା ଯୋଗ ଦେଇ ଦତୋପତ ଥେଙ୍ଗଡୀ ୨୩ ଜୁଲାଇ ୧୯୫୫ରେ ଏହି ଟ୍ରେଡୟୁନିୟନ ସଂଗଠନ ନିର୍ମାଣ କରିବା ପରେ ଆଜି ଭଳି ଦିନରେ ସାରା ଭାରତ ବର୍ଷରେ ଏହି ସଂଗଠନର ୧୦ନିୟୁତରୁ ଅଧିକ ଶ୍ରମିକ ଏହି ସଙ୍ଗଠନରେ ଯୋଗ ଦେଇଛନ୍ତି ଆଗାମୀ ଦିନରେ ଏହି ସଂଗଠନ ଶ୍ରମିକ ମାନଙ୍କ ହିତ ଉପରେ ଅଧିକ ନଜର ଦେବା ସହ କିଭଳି ତୃଣମୂଳ ସ୍ତରରୁ ଶ୍ରମିକଙ୍କ ପରିବାର ସୁରୁଖୁରୁରେ ଦିନ ଅତିବାହିତ କରିବେ ସେ ବିଷୟରେ ଆଲୋକପାତ କରିଥିଲେ। ଏହି ପ୍ରତିଷ୍ଠା ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ଲେଙ୍କା, ବିଜୟ ପ୍ରତାପ ଜେନା, ଲକ୍ଷ୍ମୀକାନ୍ତ ଦାସ, ଶତୃଘନ ସାମଲ, ବାପି ସାମନ୍ତ, ପ୍ରଫୁଲ ସେଠୀଙ୍କ ସମେତ ଅନ୍ୟ ସାଙ୍ଗଠନିକ ଅଧିକାରୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.