Home ଜିଲ୍ଲା ପରିକ୍ରମା ଧାମରାରେ ବସଷ୍ଟାଣ୍ଡ ପାଇଁ ଫିଟିଲା ରାସ୍ତା, ମାଜିଷ୍ଟ୍ରେଟ ଓ ୨ପ୍ଲାଟୁନ ଫୋର୍ସଙ୍କ ଉପସ୍ଥିତିରେ ୪୦ ଦୋକାନ...

ଧାମରାରେ ବସଷ୍ଟାଣ୍ଡ ପାଇଁ ଫିଟିଲା ରାସ୍ତା, ମାଜିଷ୍ଟ୍ରେଟ ଓ ୨ପ୍ଲାଟୁନ ଫୋର୍ସଙ୍କ ଉପସ୍ଥିତିରେ ୪୦ ଦୋକାନ ଉଚ୍ଛେଦ, ୬୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ବସଷ୍ଟାଣ୍ଡ ।

54

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ରେ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବହୁ ଦିନ ହେବ ଅଂଚଳବାସୀ ଦାବୀ କରି ଆସୁଥିବା ବେଳେ ଏଥିପାଇଁ ଦରକାର ହେଉଥିବା ଜମିରୁ ଆଜି ଜବରଦଖଲକାରୀ ମାନଙ୍କୁ ହଟାଇ ଦିଆଯାଇଛି । ଆଜି ଏହି ଉଠା ଦୋକାନୀ ମାନଙ୍କ ଉଚ୍ଛେଦ ପାଇଁ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ତହସିଲ ସୁପରଭାଇଜର ଦାଶରଥି ଦାସ, ଧାମରା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି, ବାଂଶଡା ଥାନାଧିକାରୀ କରୁଣାକର ରାଉତ, ଧାମରା ଅତିରିକ୍ତ ତହସିଲଦାର ଚୈତନ ପ୍ରସାଦ ମୁର୍ମୁ ,ଚାନ୍ଦବାଲି ଏସଡିପିଓ ଉମାକାନ୍ତ ମହରଣାଙ୍କ ସମେତ ୨ପ୍ଲାଟୁନ ଫୋର୍ସ ପ୍ରମୁଖ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।ଧାମରା ବସଷ୍ଟାଣ୍ଡ ପାଇଁ ଦକ୍ଷିଣଧାମରା ମୌଜାରେ ଖାତା ନଂ୬୦ ଏବଂ ପ୍ଲଟ ନଂ ୩୩୪ରେ ୬୦ଡେସିମିଲ ସ୍ଥାନ ନିରୂପଣ ହୋଇଥିଲା । ଏହି ସ୍ଥାନକୁ କେବଳ ଧାମରା ଅଂଚଳର ଉଠାଦୋକାନୀ ନୁହନ୍ତି ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ମଧ୍ୟ ଜବରଦଖଲ କରି ରଖିଥିଲା । ଚାନ୍ଦବାଲି ତହସିଲଦାରଙ୍କ ନିର୍ଦେଶରେ ଉଠାଦୋକାନୀ ମାନେ ନିଜର ଦୋକାନ ଭାଙ୍ଗି ଅସ୍ଥାବର ସମ୍ପତିକୁ ନେଇ ଯାଇଥିବା ବେଳେ ଧାମରାରେ ଏହି ସ୍ଥାନରେ ବାଣିଜ୍ୟ ଏବଂ ପରିବହନ ବିଭାଗର ଦ୍ୱିତଳ ପ୍ରାସଦ ନିର୍ମାଣ କରାଯାଇଛି । ଆସନ୍ତା ଦିନରେ ବାଣିଜ୍ୟ ଏବଂ ପରିବହନ ବିଭାଗ ନିଜର ନବନିର୍ମିତ ଏହି ଅଫିସ ଗୃହଟିକୁ ବସଷ୍ଟାଣ୍ଡ ନିର୍ମାଣ ହୋଇ ସାରିବା ପରେ ପରିବହନ ବିଭାଗକୁ ହସ୍ତାନ୍ତରିତ କରାଯିବ ବୋଲି ଏକ ସମର୍ଥିତ ସୂତ୍ରରୁ ପ୍ରକାଶ । ଆଜିର ଏହି ଉଚ୍ଛେଦ ସମୟରେ କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇନଥିବା ଚାନ୍ଦବାଲିତହସିଲଦାର ସୁଶାନ୍ତ ସୂତାରଙ୍କ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.